Berhampur Couple Saga: ଶେଷ ନିଃଶ୍ବାସ ଯାଏଁ ଲଢିବି କହିଲେ ତପସ୍ବିନୀ - ତେଜୁଛି ତପସ୍ବିନୀ ବିବାହ ବିବାଦ
🎬 Watch Now: Feature Video
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ ସୁମିତ ପାରିବାରିକ ବିବାଦରେ ବ୍ରହ୍ମପୁର SDJM କୋର୍ଟ ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି । ଏହାପରେ ସୁମିତଙ୍କ ଘର ସାମ୍ନାରେ ଶତାଧିକ ମହିଳା ଏକତ୍ରିତ ହୋଇ ସୁମିତଙ୍କ ଘର ମେନ ଗେଟ୍ ଭାଙ୍ଗିଥିଲେ । କବାଟ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ଅସନ୍ତୁଷ୍ଟ ମହିଳା । ତେବେ ନ୍ୟାୟ ନମିଳିଲେ ଶେଷ ନିଃଶ୍ବାସ ଯାଏଁ ଲଢ଼େଇ କରିବେ ବୋଲି କହିଛନ୍ତି ତପସ୍ବିନୀ ଦାଶ। ଏହାକୁ ନେଇ ତପସ୍ବିନୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।