ସରକାରୀ ଗାଡିରେ ନେଉଥିଲେ ଲକ୍ଷାଧିକ ଟଙ୍କା, 3 ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ - ସରକାରୀ ବୋଲେରୋ ଗାଡି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9923055-thumbnail-3x2-nbg.jpg)
ନବରଙ୍ଗପୁର: ସରକାରୀ ଗାଡିରେ 3 ଲକ୍ଷ 11 ହଜାର ଟଙ୍କା ନେଇକି ଯାଉଥିବା ସମୟରେ ITDA ବିଭାଗର 3 ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ଗାଡି ସହିତ 3 ଯନ୍ତ୍ରୀଙ୍କୁ ଅଟକ ରଖି ଭିଜିଲାନ୍ସ ଅଧିକ ପଚରାଉଚରା କରୁଛି । କଷାଗୁମୁଡା,ଡାବୁଗାଁ ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ଓ ରାଇଘର, ଉମରକୋଟ ଦାୟିତ୍ବରେ ଥିବା ବୈକୁଣ୍ଠନାଥ ବେହେରା ଟଙ୍କା ନେଇକି ଉମରକୋଟ ଅଭିମୁଖେ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।