thumbnail

By

Published : Sep 11, 2020, 11:00 PM IST

ETV Bharat / Videos

କନ୍ଦାଉଛି ପରିବା ଦାମ, ଛଟପଟ ଖାଉଟି

ଢେଙ୍କାନାଳ: ମହାମାରୀ, ଲକଡାଉନ ଆଉ ପରେ ପରେ ବନ୍ୟାର ତାଣ୍ଡବ । ଫଳରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଢେଙ୍କାନାଳ ଦୈନିକ ପରିବା ବଜାର କଥା କହିଲେ ବାଇଗଣ, ଟମାଟୋ ,ଭେଣ୍ଡି, ଜହ୍ନି ଓ କଖାରୁ କିଲୋ ପ୍ରତି ୫୦ ଟଙ୍କା ଟପିଛି । ଆଉ କଲରା, ପୋଟଳ ,ଝୁଡଙ୍ଗ,ଲଙ୍କା ଓ ପୋଟଳ ଦର କଥା ପଚାରିବାକୁ ଡର ଲାଗୁଛି । ଟଙ୍କା ୫ ଶହର ପରିବା କିଣିଲେ ବ୍ୟାଗ ପୁରୁନି । ଏପରିସ୍ଥଳେ ବ୍ୟବସାୟୀ ଚିନ୍ତାରେ ଓ ଖାଉଟି ଅସନ୍ତୁଷ୍ଟ । ଢେଙ୍କାନାଳ ପରିବା ବଜାର ସମେତ ତମାମ ରାଜ୍ୟବାସୀଙ୍କୁ କଲବଲ କରାଉଛି ଏହି ମହଙ୍ଗା ବୋଝ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.