ଲକଡାଉନ ନିୟମ ମାନି ରାଜଧାନୀବାସୀ ନେଉଛନ୍ତି ଟିକା - ଟିକା ନେଉଛନ୍ତି ରାଜଧାନୀବାସୀ
🎬 Watch Now: Feature Video
ଭୁବନେଶ୍ବର: କୋରୋନାର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି(ବୁଧବାର) ଠାରୁ ଆସନ୍ତା 19 ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ । ତେବେ ଏହି ଅବଧି ମଧ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ୍ ଦିଆଯାଇ ଥିବାବେଳେ ଟୀକାକରଣକୁ ମଧ୍ୟ ବାଦ୍ ଦିଆଯାଇଛି । ଏଥିପାଇଁ ସ୍ଲଟ୍ ବୁକ୍ କରିଥିବା ବ୍ୟକ୍ତି ପ୍ରମାଣ ପତ୍ର ଦେଖାଇ ଟିକା ନେଉଥିବା ଦେଖିବାକୁ ମିଳିଛି । ସକାଳ 8 ରୁ ଦିନ ଗୋଟାଏ ପର୍ଯନ୍ତ 18 ରୁ 44 ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଉଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ