ଧାନ କାଟିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ - ଧାନ କାଟିଲେ ଉମରକୋଟ ବିଧାୟକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9343368-thumbnail-3x2-umorkotemla.jpg)
ନବରଙ୍ଗପୁର: ଉମରକୋଟ ବିଧାୟକ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ । ବିଧାୟକ ହୋଇ ମଧ୍ୟ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଚାଷ କାର୍ଯ୍ୟ କରିଛନ୍ତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ମଜୁରିଆଙ୍କ ସହ ଧାନ କାଟିବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଜନତାଙ୍କ ସେବା ପାଇଁ ମୋତେ ସୁଯୋଗ ଦେଇଛନ୍ତି । ପୂର୍ବରୁ ଓକିଲାତି କରୁଥିବା ନିତ୍ୟାନନ୍ଦ 2019 ନିର୍ବାଚନରେ ଉମରକୋଟ ବିଧାନସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । ମୁଁ ବିଧାୟକ ହେଲେ ମଧ୍ୟ ପ୍ରଥମେ ଜଣେ ଚାଷୀ, ଚାଷ କାମ ହେଉଛି ଆମ କୌଳିକ ବୃତ୍ତି ।