ଓଡିଶା ଆସିବେ ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି: ପରିବହନ ମନ୍ତ୍ରୀ - ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି
🎬 Watch Now: Feature Video
ଭୁବନେଶ୍ବର : ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତିନି ମାସ ଭିତରେ ଓଡ଼ିଶା ଆସିବେ। ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ସେମାନେ ନିର୍ଦ୍ଦେଶ କରିଛନ୍ତି । ଯାହାକୁ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି। ପରିବହନ ବିଭାଗ ଓ ପୋଲିସର ଦଣ୍ଡବିଧାନ ପ୍ରାୟତଃ ସମାନ। ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର କରିଥିଲେ । ତାହାକୁ ଠିକ ଓ କଡାକଡି ଭାବେ ପାଳନ କରିବାକୁ ସୁପ୍ରିମକୋର୍ଟ ଦୁର୍ଘଟଣା ପ୍ରବଣ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।