ଆଜି ପବିତ୍ର ମକର ସଂକ୍ରାନ୍ତି, ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ - a huge crowd of devotees at the Baldev jiu temple
🎬 Watch Now: Feature Video
କେନ୍ଦ୍ରାପଡା: କୋଭିଡ କଟକଣା ପାଇଁ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର। ମାତ୍ର ଗତ ୩ ତାରିଖରୁ ମନ୍ଦିର ଖୋଲିବା ପରେ ଆଜି(ଗୁରୁବାର) ହେଉଛି ଇଂରାଜୀ ବର୍ଷର ପ୍ରଥମ ସଂକ୍ରାନ୍ତି ବା ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ପ୍ରସିଦ୍ଧ ତୁଳସୀ କ୍ଷେତ୍ରରେ ଥିବା ବଳଦେବଜୀଉ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦିନ ତମାମ ପ୍ରବଳ ଭିଡ ଦେଖାଯାଇଛି। ମକର ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରିବା ଦ୍ଵାରା ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ଥିବାରୁ ଭିଡ଼ ବେଶ ପରିଲକ୍ଷିତ ହୋଇଛି। ଏହାସହ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ।