କେନ୍ଦୁଝରରେ ସଟଡାଉନର ଦ୍ବିତୀୟ ରବିବାର, ଦେଖନ୍ତୁ କ'ଣ ରହିଛି ସ୍ଥିତି - କୋରୋନା ନ୍ୟୁଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7992307-thumbnail-3x2-fg.jpg)
କେନ୍ଦୁଝର: ଆଜି ଜିଲ୍ଲାରେ ସଟଡାଉନର 2ୟ ରବିବାର । ଏହି ସଟଡାଉନରେ ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ଛଡା ଅନ୍ୟସବୁ ବନ୍ଦ ରହିଛି । ଏହି ସଟଡାଉନକୁ ସହରବାସୀ ମଧ୍ୟ ସ୍ବାଗତ କରିଛନ୍ତି । ସଟଡାଉନକୁ ଆହୁରି କଡ଼ାକଡ଼ି କରାଯିବା ସହ ସଚେତନତା ଅଭିଯାନକୁ ଆହୁରି ଗାଁ ଗଣ୍ଡାରେ ବଢେଇବା ଜରୁରୀ ବୋଲି ନାଗରିକ ମାନେ ପ୍ରକାଶ କରିଛନ୍ତି । ସୂଚନାଥାଉକି,କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଥିବା ବେଳେ ୧୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ