ବାଲେଶ୍ବରରେ ବଢୁଛି ବ୍ୟାଟେରୀ ଚାଳିତ ଗାଡିର ଡିମାଣ୍ଡ - battery-powered vehicles in demand
🎬 Watch Now: Feature Video

ବାଲେଶ୍ବର: ଜନସଂଖ୍ୟା ବିସ୍ଫୋରଣ ସହ ବଢିଚାଲିଛି ଯାନବାହନ ସଂଖ୍ୟା। ବିଂଶ ଶତାଦ୍ଦୀରେ ବୁଦ୍ଧିମାନ ମଣିଷ ପାଇଁ ବିପଦ ହୋଇ ଉଭା ହୋଇଛି ବାୟୁ ଓ ଶବ୍ଦ ପ୍ରଦୂଷଣ। ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ବେଳ ହୁଁ ସାବଧାନ ହେବାକୁ ବୈଜ୍ଞାନିକ ମାନେ ବଜେଇଲେଣି ସତର୍କ ଘଣ୍ଟି। ତେବେ ଏହି ସମସ୍ୟାକୁ ସାମାନ୍ୟ ରିହାତି ଦେବାକୁ ବଜାରକୁ ଏଣ୍ଟ୍ରି କରିଛି ବ୍ୟାଟେରୀ ଚାଳିତ ଗାଡି। କୋରୋନା କାଳରେ ଲକଡାଉନ ଯୋଗୁଁ ବାୟୁମଣ୍ଡଳ ସଫା ରହିଥିଲା ମାତ୍ର ଅନଲକ ପରେ ପୁଣି ''ଯଥା ପୂର୍ବଂ ତଥା ପରଂ''। ଏସବୁର ବିକଳ୍ପ ପାଇଁ ଏବେ ଲୋକଙ୍କ ମଧ୍ୟରେ ବ୍ୟାଟେରୀ ଚାଳିତ ବାଇକର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ନା ଅଛି ପେଟ୍ରୋଲ ପକାଇବାର ଝଞ୍ଜଟ ନା ବଢୁଥିବା ତୈଳଦରର ଚିନ୍ତା। ପ୍ରଦୂଷଣ ରୋକିବା ଦିଗରେ ବ୍ୟାଟେରୀ ଚାଳିତ ଗାଡିକୁ ସୁଲଭ ମୂଲ୍ୟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ।