Berhampur Couple Saga: ପାରିବାରିକ ବିବାଦରେ ପ୍ରମିଳାଙ୍କ କାମ କଣ ?
🎬 Watch Now: Feature Video
ବ୍ରହ୍ମପୁର: ସୋମବାର ବ୍ରହ୍ମପୁର SDJM କୋର୍ଟ ତପସ୍ବିନୀଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତପସ୍ବିନୀଙ୍କ ଏହି ଲଢ଼େଇରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି । ପ୍ରତ୍ୟକ ସମୟରେ ତାଙ୍କୁ ତପସ୍ବିନୀଙ୍କ ସହ ଦେଖିବାକୁ ମିଳିଛି । ଏହାକୁ ନେଇ ତପସ୍ବିନୀ ଓ ପ୍ରମିଳାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ତପସ୍ବିନୀଙ୍କ ସ୍ବାମୀ ସୁମିତ ସାହୁ । ମାମଲା ବିଚାରାଧୀନ ଥିବା ବେଳେ ତପସ୍ବିନୀ ଏଭଳି କାହିଁକି କରୁଛନ୍ତି ସେ ପ୍ରଶ୍ନ କରିଛନ୍ତି । ତାସହିତ ଦୁଇଟି ପରିବାର ମଧ୍ୟରେ ପ୍ରମିଳା ତ୍ରିପାଠୀ କାହିଁକି ସମ୍ପୃକ୍ତ ହେଉଛନ୍ତି ବୋଲି ସୁମିତ ପ୍ରତିକ୍ରିୟା ଦେଇଛନ୍ତି । ସ୍ବାସ୍ଥ୍ୟାବସ୍ଥା ଠିକ ନଥିବା ଦର୍ଶାଇ ଡାକ୍ତର ସ୍ବାମୀଙ୍କ ଫେରାର ଥିବା ଆଲୋଚନା ହେଉଥିଲା । ଗତକାଲି (ମଙ୍ଗଳବାର) କୋର୍ଟଙ୍କ ରାୟ ପରେ ସୁମିତଙ୍କ ଘର ଫାଟକ ଭଙ୍ଗାରୁଜା ହେବା ପରେ ଦୀର୍ଘଦିନ ଧରି ଗଣମାଧ୍ୟମ ଠାରୁ ଦୂରେଇ ରହିଥିବା ସୁମିତ ଏକ ଭିଡିଓ ମାଧ୍ୟମରେ ଏଭଳି କହିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ସୁମିତ ସାହୁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ