ବାଲୁକା ଚିତ୍ରରେ ନବ ବର୍ଷର ଅଭିନନ୍ଦନ, ପଦ୍ମ ପାଖୁଡାରେ କଳା ଠାକୁର - new year wishes through sand art in puri
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10074165-thumbnail-3x2-puri.jpg)
ପୁରୀ: ନୂତନ ବର୍ଷ ଅଭିନନ୍ଦନ ପରସ୍ପର ବାଣ୍ଟୁଛନ୍ତି ସମସ୍ତେ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ 2021ର ଅଭିନନ୍ଦନ ବାର୍ତ୍ତା ନିଜ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏହି ସୁନ୍ଦର ବାଲୁକା ଚିତ୍ର କଳାଟି କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ପଦ୍ମ ପାଖୁଡା ଭିତରେ ଥିବା ଏହି ବାଲୁକା ଚିତ୍ର କଳାରେ ରହିଛି । ଯାହାକି ବେଶ ଆକର୍ଷଣୀୟ ହୋଇଛି । 2021 ମସିହା ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ତାଙ୍କ ବାଲୁକା ଚିତ୍ର କଳା ମାଧ୍ୟମରେ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ