ପ୍ରଧାନଶିକ୍ଷକଙ୍କ ବଦଳି ଶୁଣି ଭୋ ଭୋ କାନ୍ଦିଲେ ଛାତ୍ରଛାତ୍ରୀ, ଭିଡ଼ିଓ ଭାଇରାଲ - କାନ୍ଦିଲେ ମେଦନା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ

🎬 Watch Now: Feature Video

thumbnail

By

Published : Dec 16, 2021, 1:51 PM IST

ନବରଙ୍ଗପୁର: ନବରଙ୍ଗପୁରରୁ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଅନ୍ୟ ଏକ ମଧୁର ଚିତ୍ର । ଅକସ୍ମାତ ପ୍ରଧାନ ଶିକ୍ଷକଙ୍କ ବଦଳି ଖବର ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି ଛାତ୍ରଛାତ୍ରୀ । ଅଭିଭାବକ ଓ ଗ୍ରାମବାସୀ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ଏଭଳି ଘଟଣା ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଦିବାକର ବାରିକ ବହୁ ଦିନରୁ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି । ସେ ଗତ ୫ ବର୍ଷ ଧରି ପ୍ରଧାନ ଶିକ୍ଷକ ଦାୟିତ୍ବରେ ରହିଥିଲେ । ତାଙ୍କ ବଦଳି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଏଭଳି କ୍ରନ୍ଦନ ପରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଆଜି ବିଇଓଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ଦାବି କରିଛନ୍ତି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.