thumbnail

By

Published : Sep 28, 2020, 6:46 PM IST

ETV Bharat / Videos

କୃଷି ବିଧେୟକ ପ୍ରତିବାଦରେ ଗର୍ଜିଲା କଂଗ୍ରେସ, ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ବର:ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା କୃଷି ବିଧେୟକକୁ ନେଇ ସାରା ଦେଶରେ ଏବେ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଧେୟକକୁ ବିରୋଧ କରି ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ତେବେ କୃଷି ବିଧେୟକକୁ ଵିରୋଧ କରି ରାଜ୍ୟ କଂଗ୍ରେସ ପ୍ରତିବାଦ ରାଲି କରିଛି । ରାଜ୍ୟରେ କୃଷି ବିଧୟକ ଲାଗୁ ନକରିବା ଲାଗି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ତ୍ବରେ କଂଗ୍ରେସ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପ୍ରତିନିଧି ମଣ୍ଡଳରେ ବିଧାୟକ ତାରା ବାହିନୀପତି, ବିଧାୟକ ସୁରରାଉତରାୟ, ବିଧାୟକ ରମେଶ ଜେନା, ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ରାମ ଖୁଣ୍ଟିଆ ପ୍ରମୁଖ ରହିଛନ୍ତି । ଏକ ରାଲି ଦ୍ଵାରା ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ ଦେଇଛନ୍ତି । ମେମୋରେଣ୍ଡମରେ ୧୦ ଟି ପ୍ରମୁଖ ଦାବି କରିଛି ଦଳ । ବିଲକୁ ପ୍ରତ୍ୟାହାର କରିବା ସହ, ଏସେନସିଆଲ କମୋଡିଟ୍ ଆକ୍ଟର ପରିବର୍ତ୍ତନ ପାଇଁ ଦଳ ଦାବି କରିଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.