ଅନ୍ତର୍ଜାତୀୟ ବଜାରରେ ଲେମନ ଗ୍ରାସ ଡିମାଣ୍ଡ, ଥରେ ଚାଷ କରି ମାଲାମାଲ ଚାଷୀ - ସ୍ବଳ୍ପ ମୂଲ୍ୟରେ ଲେମନ ଗ୍ରାସ ଚାଷ

🎬 Watch Now: Feature Video

thumbnail

By

Published : Jul 22, 2020, 7:13 PM IST

ନବରଙ୍ଗପୁର: ଧାନ,ମକା, ଆଖୁ ଓ ନୀଳଗିରି ଗଛ ଭଳି ପାରମ୍ପରିକ ଚାଷ ଛାଡି ଏବେ ଲେମନ ଗ୍ରାସ ଚାଷ କରିବାକୁ ଇଛା ପ୍ରକାଶ କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀମାନେ। ଖୁବ କମ ଖର୍ଚ୍ଚରେ ଅଧିକ ଅମଳ ହେଉଥିବା ଲେମନ ଗ୍ରାସ ଚାଷ ପ୍ରତି ଚାଷୀ ବେଶ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାର ପାହାଡିଆ ଉଚ୍ଚା ଡଙ୍ଗର ପଡିଆ ଜମିରେ ଦିନେ କିଛି ଫଳୁ ନଥିଲା ହେଲେ ଆଜି ଚାରିଆଡେ ପୁରା ଘାସର ସବୁଜ ବନାନୀ ପାଲଟିଛି। ଅନ୍ୟ ଚାଷ ଅପେକ୍ଷା ଲେମନ ଗ୍ରାସ ଚାଷ କରିବାକୁ ଚାଷୀଙ୍କୁ କମ ପରିଶ୍ରମ ଓ ଅଳ୍ପ ଖର୍ଚ୍ଚରେ ଚାଷ ହେଉଥିବାରୁ ବିଶେଷ କରି ଯୁବ ଚାଷୀମାନେ ଚାଷ କରୁଛନ୍ତି। ଥରେ ଚାଷ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅମଳ ହେଉଥିବା ଲେମନ ଗ୍ରାସ ଚାଷ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ଉଭା ହୋଇଛି ନବରଙ୍ଗପୁର ଜିଲ୍ଲାରେ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଲେମନ ଗ୍ରାସର ଢେର ଚାହିଦା ରହିଥିବାବେଳେ ଏହି ଚାଷ କରି ବେଶ ଲାଭବାନ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାୟକ। ସେ ନିଜର 2 ଏକର ଉଚ୍ଚ ଡଙ୍ଗର ଜମିରେ ଲେମନ ଗ୍ରାସ ଚାଷ କରି ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯେଉଁ ଜମି କିଛି କାମକୁ ଆସୁନଥିଲା ସେହି ଜମିରେ ଲେମନ ଗ୍ରାସ ଚାଷକୁ ଆପଣାଇ ନିଜର ପାରିବା ପଣିଆ ଦେଖାଇଲେ । ଥରେ ଚାଷ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅମଳ କରି ମାଲାମାଲ ହେଉଛନ୍ତି କୃଷ୍ଣଚନ୍ଦ୍ରଙ୍କ ଭଳି ଅନେକ ଯୁବ ଚାଷୀ । ଲେମନ ଗ୍ରାସରୁ ଏକ ସୁଗନ୍ଧିତ ତୈଳ ପ୍ରସ୍ତୁତ କରି ଲିଟର ପିଛା ଏକ ହଜାର ଟଙ୍କା ବିକ୍ରି ହେଉଥିବା ଆଉ କିଛି ଚା ଗୁଣ୍ଡ ତିଆରି କରି ବିକ୍ରୀ ହେଉଛି। ଅନେକ ଚାଷୀ ତିନି ମାସରେ ଥରେ କେବଳ ଲେମନ ଗ୍ରାସ କାଟି ବିକ୍ରି କରି ବେଶ ଲାଭବାନ ହେଉଥିବା ସୂଚନା ଦେଇଛନ୍ତି ଜିଲ୍ଲାର ଯୁବ ଚାଷୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.