ଭକ୍ତ ଭଗବାନ ମିଳନରେ ବାଧକ କୋରୋନା, ଇସ୍କନରେ ନିରାଡମ୍ବର ସ୍ନାନଯାତ୍ରା ପାଳନ - ରୀତିନୀତି ଅନୁସାରେ ଠାକୁର ପୂଜାର୍ଚ୍ଚନା

🎬 Watch Now: Feature Video

thumbnail

By

Published : Jun 5, 2020, 4:47 PM IST

ରାଜଧାନୀର ଇସ୍କନରେ ନିରାଡମ୍ବରରେ ପାଳିତ ହୋଇଛି ସ୍ନାନ ଯାତ୍ରା। ‘କୋଭିଡ 19’କୁ ଦୃଷ୍ଟିରେ ରଖି ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଭକ୍ତଙ୍କ ବିନା ସ୍ନାନ ବେଦୀରେ ବସିଛନ୍ତି ଜଗନ୍ନାଥ। ସକାଳ ସମୟରେ ରୀତିନୀତି ଅନୁସାରେ ଠାକୁରଙ୍କର ପୂଜାର୍ଚ୍ଚନା ହୋଇଛି। ଏନେଇ ଦିନ ତମାମ ରୀତିନୀତି ଅନୁସାରେ ନୀତିକାନ୍ତ କରାଯିବ। ଏନେଇ ଏକ ଅସ୍ଥାୟୀ କୋଠରୀ କରାଯାଇଛି ଯେଉଁଠି ମଧ୍ୟରାତ୍ରିରେ ଅଣସରକୁ ପ୍ରବେଶ କରିବେ ଠାକୁର। ଅନ୍ୟପଟେ ରାଜଧାନୀର କିଟ୍‌ ଓ କିସ୍‌ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ନିରାଡମ୍ବର ଭାବରେ ପାଳନ ହୋଇଛି ସ୍ନାନ ଯାତ୍ରା। ସେହିପରି ଖଣ୍ଡଗିରି ନିକଟରେ ରହିଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ନିରାଡ଼ମ୍ବର ଭାବରେ ପାଳନ କରାଯାଉଛି। ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.