ପରିବା କ୍ରେଟରେ ଫସିଲା ନାଗ - ପରିବା କ୍ରେଟରେ ଫସିଲା ନାଗ

🎬 Watch Now: Feature Video

thumbnail

By

Published : Nov 12, 2019, 2:08 PM IST

ଭୁବନେଶ୍ବର: ଫସିଗଲା ନାଗ । ଖାଦ୍ୟ ଅନ୍ଵେଷଣରେ ଆସି ଫସିଯାଇଛି ନାଗ ସାପ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡପଡା ପରିବା ହାଟରେ । ସକାଳୁ ଜଣେ ପରିବା ଦୋକାନୀ ପରିବା ରଖିବା ପାଇଁ କ୍ରେଟ୍ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ । ପରେ  ତଳ କ୍ରେଟରେ ଏକ ବଡ଼ ନାଗ ସାପ ଫସି ଥିବାର ଦେଖିଥିଲେ । ଏନେଇ ପରିବା ଦୋକାନୀ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ କ୍ରେଟର ପ୍ଲାଷ୍ଟିକକୁ କାଟି ନାଗ ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ନାଗ ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି ।  ଭୁବନେଶ୍ବରରୁ ତାପସ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.