ସ୍କୁଲ କମୋଡ଼ରେ ଛପି ରହିଥିଲା ସାପ, ତା' ପରେ ଜାଣନ୍ତୁ କ'ଣ ହେଲା... - ସ୍କୁଲରେ ସାପ
🎬 Watch Now: Feature Video

ଭୁବନେଶ୍ବର: କମୋଡ଼ରେ ଶୌଚ ହେବାକୁ ଯାଉଛନ୍ତି କି ? ତେବେ ସାବଧାନ । ଟିକେ ଅସାବଧାନତାରୁ ଆପଣ କିମ୍ବା ଆପଣଙ୍କ ସମ୍ପର୍କୀୟ ପଡିପାରନ୍ତି ବିପଦରେ । ଶୌଚ ବସିବା ପୂର୍ବରୁ ଭଲ ଭାବେ କମୋଡ଼କୁ ପରଖି ନିଅନ୍ତୁ । ସେଥିରେ ସାପ ଛପି ନାହିଁ ତ ? କାହିଁକିନା ସୁନାବେଡାରୁ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ସୁନାବେଡାସ୍ଥିତ ଦେଓମାଳି ପବ୍ଲିକ ସ୍କୁଲର କମୋଡ଼ ପାଇଖାନା ଭିତରେ ଗୋଟିଏ ସାପ ପଶି ଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ସ୍ନେକ୍ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସ୍କୁଲର ପାଇଖାନା ଭିତରୁ ଏକ 4 ଫୁଟ ଲମ୍ବର ଢ଼ମଣା ସାପ ଉଦ୍ଧାର କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ