ଗଣଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗୀରର ବିଭିନ୍ନ ସ୍କୁଲ କଲେଜ ପରିଦର୍ଶନ, ଅବ୍ୟବସ୍ଥାକୁ ନେଇ ସାରଙ୍କୁ ତାଗିଦ - ବଲାଙ୍ଗୀର ସ୍କୁଲ ପରିଦର୍ଶନ କଲେ ସମୀର ଦାସ

🎬 Watch Now: Feature Video

thumbnail

By

Published : Jan 12, 2021, 10:50 PM IST

ବଲାଙ୍ଗୀର: ଦିନିକିଆ ବଲାଙ୍ଗୀର ଗସ୍ତ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ଗସ୍ତରେ ବିଭିନ୍ନ ସ୍କୁଲ ଓ କଲେଜ ଅଚାନକ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ସମୟରେ ବିଭିନ୍ନ ସ୍ଥାନରେ ଥିବା ଅବ୍ୟବସ୍ଥାକୁ ନେଇ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି ମନ୍ତ୍ରୀ ସମୀର ଦାସ । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜକୁ ଅଚାନକ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ଅବସରରେ ସହରର ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟ ଓ ପୃଥ୍ୱୀରାଜ ହାଇସ୍କୁଲ ପରିଦର୍ଶନ କରି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ମନ୍ତ୍ରୀ । ଏହାପରେ ସରକାରୀ ମହିଳା ମହାବିଦ୍ୟାଳୟକୁ ଅଚାନକ ଗସ୍ତ କରି ପାଠପଢ଼ାରେ ଅବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହୋଇଥିଲେ ମନ୍ତ୍ରୀ । କଲେଜର ରୁଟିଂ ଏବଂ ଶ୍ରେଣୀ ସେକ୍ସନ ଠିକ ନଥିବା ସହ ଆଟେଣ୍ଡାଣ୍ଟରେ ଛୁଟି ପଡିନଥିବାରୁ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବିଗିଡି ଥିଲେ ମନ୍ତ୍ରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.