ପାଳନ ହେଉନି ଲୋକାୟୁକ୍ତଙ୍କ ନିର୍ଦ୍ଦେଶ, ପ୍ରଶ୍ନ ଉଠାଇଲେ RTI କର୍ମୀ - ପାଳନ ହେଉନାହିଁ ଲୋକାୟୁକ୍ତଙ୍କ ନିର୍ଦେଶ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9597301-thumbnail-3x2-rti.jpg)
ଭୁବନେଶ୍ବର: ଲୋକାୟୁକ୍ତଙ୍କ ଅନେକ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ । ଅନେକ ମାମଲାର ତଦନ୍ତ କରାଯାଉନାହିଁ। ଏହାକୁ ନେଇ ପ୍ରମାଣ ସହ ଅଭିଯୋଗ ଆଣିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଲୋକାୟୁକ୍ତରେ ମାମଲା ଗୁଡିକର ନିର୍ଦ୍ଦେଶ ମାନୁନାହାଁନ୍ତି କି ନିର୍ଦ୍ଦେଶ ଗୁଡିକର କାର୍ଯ୍ୟକାରୀ ହେଉନାହିଁ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ଭିଜିଲାନ୍ସ । ଏପଟେ ରାଜ୍ୟରେ ଲୋକାୟୁକ୍ତ ବିଭାଗକୁ ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏ ସମସ୍ତ ଟଙ୍କା ବନ୍ଦ ହେଉ । ଏନେଇ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓ ଅନ୍ୟ ସୂଚନା ଅଧିକାରୀ ସାମ୍ବାଦିକ ସାମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।