ଏଠି ଖାଦ୍ୟ ପାଇଁ ପ୍ରଥମ ପସନ୍ଦ ‘ସାପ ତରକାରୀ’ - ନବରଙ୍ଗପୁରରେ ସାପ ତରକାରୀ
🎬 Watch Now: Feature Video
ନବରଙ୍ଗପୁର: ସାପକୁ କାହାର ବା ଡର ନାହିଁ । ସମସ୍ତଙ୍କ ମନରେ ଏହି ବିଷାକ୍ତ ସରୀସୃପକୁ ନେଇ ଢେର ଭୟ । ଯେକୌଣସି ସାପକୁ ଦେଖିଲେ ମନରେ ପଶିଯାଏ ଛନକା । ହେଲେ ରାଜ୍ୟରେ ରହିଛି ଏପରି ଏକ ଗ୍ରାମ, ଯେଉଁଠିକାର ଅଧିବାସୀଙ୍କୁ ନାହିଁ ସାପ ପ୍ରତି କୌଣସି ଭୟ । ବରଂ ସାପରୁ ଏମାନେ ସୁସ୍ବାଦୁ ତରକାରୀ ପ୍ରସ୍ତୁତ କରି ଉଠାଇଥାଆନ୍ତି ଏହାର ଢେର ମଜା । ଏ ହେଉଛି ନବରଙ୍ଗପୁର ଜିଲ୍ଲା ରଙ୍ଗମାଟିଗୁଡା ଗାଁର ଦୃଶ୍ୟ । ଯେଉଁଠି ବସବାସ କରୁଥିବା ଭୂମିଆ ସମ୍ପ୍ରଦାୟ ପାଇଁ ପ୍ରିୟ ଖାଦ୍ୟ ହେଉଛି ସାପ ଓ ବେଙ୍ଗ । ଢମଣା, ଡଣ୍ଡିଆ ଭଳି ସାପ ଓ ଓଁଆ ପରି ବେଙ୍ଗ ଆଦି ଏମାନଙ୍କ ପସନ୍ଦର ଖାଦ୍ୟ ମଧ୍ୟରେ ଅନ୍ୟତମ ।