ବିସ୍ତୀର୍ଣ୍ଣ ବେଳାଭୂମି ଉପଭୋଗ କରିବେ ପର୍ଯ୍ୟଟକ, ଖୋଲିଲା ‘ବ୍ଲୁ ଫ୍ଲାଗ ବିଚ’
🎬 Watch Now: Feature Video
ପୁରୀ: ଶ୍ରୀକ୍ଷେତ୍ରର ପାନ୍ଥନିବାସ ନିକଟରେ ଥିବା ବେଳାଭୂମିରେ ଶେଷ ହୋଇଛି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ । ଇତି ମଧ୍ୟରେ ଏହି ବିଶ୍ବସ୍ତରୀୟ ସୁନ୍ଦର ବେଳାଭୂମିକୁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲିଛି ପୁରୀ ଜିଲ୍ଲା ପ୍ରଶାସନ । ବ୍ଲୁ ଫ୍ଲାଗ ବିଚରେ ପ୍ରବେଶ ପାଇଁ 4 ପ୍ରକାରର ଟିକେଟ ବ୍ୟବସ୍ଥା କରାଯାଇଛି । ମାସିକ ପାସ ପାଇଁ 300 ଟଙ୍କା ଏବଂ ଦୈନିକ ଟିକଟ 20 ଟଙ୍କା ରହିଛି । ଏହି ଟିକଟ ନେଇ ଜଣେ ଏହି ବେଳାଭୂମିରେ 3 ଘଣ୍ଟା ବୁଲି ପାରିବେ । ସେହିପରି ପୁରା ଦିନ ବିଚରେ ବୁଲିବା ତଥା ଭ୍ରମଣ ପାଇଁ ସ୍ଥାନୀୟ ଲୋକଙ୍କ ପାଇଁ 50 ଟଙ୍କା ଓ ପର୍ଯ୍ୟଟକଙ୍କ ପାଇଁ 100 ଟଙ୍କା ରହିଛି ।