ଥାନା ପରିସରରେ ସୁନ୍ଦର ବଗିଚା, ସେଲଫି ପାଇଁ ଜମୁଛି ଭିଡ - ପେଶା ପୋଲିସ ଚାକିରି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6227776-84-6227776-1582820171078.jpg)
କେନ୍ଦ୍ରାପଡା: ସାଧାରଣତଃ ଥାନା ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଜାତ ହୁଏ । ଆଉ କାମ ଥିଲେ ବି ଲୋକ ଥାନା ଯିବାକୁ କୁଣ୍ଠାବୋଧ କରିଥାନ୍ତି । କିନ୍ତୁ ଏମିତି ଏକ ଥାନା ଅଛି, ଯେଉଁଠିକୁ ସାଧାରଣ ଲୋକେ ଯିବାକୁ ପସନ୍ଦ କରନ୍ତି । ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । ସକାଳର କଅଁଳ ଖରାରେ ଖିଲି ଖିଲି ହସୁଥିବା ଏହି ରଙ୍ଗବେରଙ୍ଗର ଫୁଲକୁ । ହେଲେ ଏହି ଫୁଲ କୌଣସି ଫୁଲ ବଗିଚା କିମ୍ବା ଚାଷ ଜମିର ଦୃଶ୍ୟ ନୁହେଁ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ପରିସରର । ଆଉ ଏହି ବଗିଚାର ମାଳି ହେଲେ ଜଣେ ପୋଲିସ ଅଧିକାରୀ ।