ପଦାରେ ପଡିଲା ମନରେଗାର ଅସଲ ଚିତ୍ର, କୋରାପୁଟରେ ଲୋକଙ୍କୁ ମିଳୁନି କାମ - MGNREGA yojana

🎬 Watch Now: Feature Video

thumbnail

By

Published : Jun 27, 2020, 5:39 PM IST

କୋରାପୁଟ: ସାଧାରଣ ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ମନରେଗା ହେଉଛି ଏକ ଉତ୍ତମ ସାମାଜିକ ସୁରକ୍ଷା ଯୋଜନା । ସରକାରୀ ରିପୋର୍ଟ ଅନୁସାରେ ଚଳିତ ବର୍ଷ କେନ୍ଦ୍ର ସରକାର ମନରେଗା ପାଇଁ 10 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ଦୈନିକ 20 ଲକ୍ଷ ଶ୍ରମିକଙ୍କୁ ଏଥିରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଦାବି କରନ୍ତି । ତେବେ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମନରେଗା ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଗୋଟିଏ ପଟେ ମନେରେଗା କାମରେ ଜିଲ୍ଲା ଅଗ୍ରଣୀ ବୋଲି ସରକାର ଦର୍ଶାଉଥିବା ବେଳେ କାମ ନପାଇ ବେକାର ବସିଛନ୍ତି ଅନେକ ଲୋକ । ଜିଲ୍ଲାର ମହାଦେଇପୁର ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦୀର୍ଘବର୍ଷରୁ ଗାଁର ଅନେକ ଲୋକ ମନେରେଗା ପାଇଁ ଆବେଦନ କରିଥିଲେ ମଧ୍ୟ କାମ ନପାଇ ନିରାଶ ହୋଇବସିଛନ୍ତି । ସେହିପରି 70ରୁ 80 ଜଣଙ୍କର ଜବକାର୍ଡ ନବୀକରଣ ହୋଇନଥିବାରୁ ସେମାନେ ମଧ୍ୟ କାମ ପାଉନାହାଁନ୍ତି । ଏପରିକି ନୂତନ କାର୍ଯ୍ୟ ପାଇଁ କିପରି ଦରଖାସ୍ତ ହେବ ସେନେଇ ମଧ୍ୟ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.