ଭୂତ ଟିପରେ ଉଠୁଛି ଭତ୍ତା ! ଟଙ୍କା ଚଳୁ କରୁଛନ୍ତି ସରକାରୀ ବାବୁ - ସରକାରୀ ବାବୁ

🎬 Watch Now: Feature Video

thumbnail

By

Published : Jul 9, 2020, 3:19 PM IST

ଭଦ୍ରକ: ହିତାଧିକାରୀମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଭତ୍ତା ଟଙ୍କା ଆତ୍ମସାତ କରୁଛନ୍ତି ସରକାରୀ ବାବୁ । ଏଥିରେ ସହୋଯାଗ କରୁଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ଏକଥା ଆମେ କହୁନାହୁଁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ଯକୁ ଆଧାର କରି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ ଥିବା ହିତାଧିକାରୀଙ୍କ ପରିବାର ଓ ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀ ଆମ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ। ଭଦ୍ରକ କଲେଇ ପଞ୍ଚାୟତରେ ଘଟିଛି ଏଭଳି ସାଙ୍ଘାତିକ ଘଟଣା । ଜଣେ ଦୁଇ ବର୍ଷ ତଳେ ମରିଥିବା ବେଳେ ଆଉଜଣଙ୍କର 6 ମାସ ତଳେ ମୃତ୍ୟୁ ଘଟିଛି । କିନ୍ତୁ ସରକାରୀ ଖାତା ଖତିଆନାରେ ଲାଗୁଛି ମୃତ ବ୍ୟକ୍ତିଙ୍କର ଟିପ ଚିହ୍ନ ଆଉ ଉଠୁଛି ଅର୍ଥ । ଯାହାର ସତ୍ୟ ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ ଲାଗିଛି ଇଟିଭି ଭାରତ ହାତରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.