ETV Bharat / state

ଜାନୁଆରୀ 6ରୁ ଚିଲିକା ପକ୍ଷୀ ମହୋତ୍ସବ: କଣ ଦେଖିବେ, କେଉଁଠି ବୁଲିବେ ? - CHILLIKA BIRD FESTIVAL

ଜାନୁଆରୀ ୬ରୁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ବିଦେଶୀ ପକ୍ଷୀ ସମେତ ଡଙ୍ଗାରେ ଚିଲିକା ବୁଲିବା ମଜା ନେଇପାରିବେ ପର୍ଯ୍ୟଟକ । ଆରମ୍ଭ ହେଲା ପଞ୍ଜିକରଣ ।

CHILLIKA BIRD FESTIVAL
CHILLIKA BIRD FESTIVAL (ETV Bharat Odisha)
author img

By ETV Bharat Odisha Team

Published : 16 hours ago

ଭୁବନେଶ୍ବର: ବିଦେଶୀ ପକ୍ଷୀଙ୍କ ମଧ୍ୟରେ ହଜି ଯିବାକୁ ଚାହୁଁଛନ୍ତି କି ? ସରିଲା ଅପେକ୍ଷା । ଆସନ୍ତା ଜାନୁଆରୀ 6ରୁ ଆରମ୍ଭ ହେବାକୁ ଯାଉଛି ୫ମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଯେଉଁଠାରେ ବିଦେଶୀ ପକ୍ଷୀ ଏବଂ ସେମାନଙ୍କର ଚମତ୍କାର ଦୃଶ୍ୟର ଯାଦୁକୁ ଦେଖିବାର ସୁଯୋଗ ମିଳିବ । କେବଳ ଚିଲିକା ନୁହେଁ ଏପରିକି ନନ୍ଦନକାନନ ଏବଂ ଆରଏମଏନଏଚ ଭୁବନେଶ୍ବରରେ ପ୍ରଦର୍ଶିତ ହେବ । ବର୍ତ୍ତମାନ ପଞ୍ଜିକରଣ ଆରମ୍ଭ ହୋଇଯାଇଛି ।

କାହିଁକି ଯୋଗ ଦେବେ ?

ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha)
୫ମ ଚିଲିକା ପକ୍ଷୀ ମହୋତ୍ସବ ପ୍ରକୃତି ସହିତ ଯୋଡିହେବା, ଚମତ୍କାର ଶୀତକାଳୀନ ପକ୍ଷୀ ବିବିଧତାର ସାକ୍ଷୀ, ଏବଂ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆଜୀବନ ସ୍ମୃତି ସୃଷ୍ଟି କରିପାରିବା । ପ୍ରଥମ ଦିନ ଜାନୁଆରୀ ୬ ତାରିଖରେ ଭୁବନେଶ୍ୱରରୁ ବାହାରି ଚିଲିକା ହ୍ରଦ ନିକଟରେ ପହଞ୍ଚିବା । ଏହାସହ ସେଠାରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ । ଦ୍ବିତୀୟ ଦିନରେ ଅର୍ଥାତ ୭ମ ଏବ ୮ମ ଦିନର ସକାଳର ଡଙ୍ଗା ଚାଳନା ଏବଂ ପକ୍ଷୀ ଦେଖିବା, ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ କରାଯିବ । ଏହା ସହ ଚିଲିକାର ପ୍ରାକୃତିକ ମନରମା ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ।

ମାର୍ଗ ବିବରଣୀ:
ଭ୍ରମଣ ସମୟରେ ୨ଟି ଡଙ୍ଗା ଚାଳନା (ଗୋଟିଏ ନଳବଣ ଏବଂ ଅନ୍ୟଟି ମଙ୍ଗଳାଯୋଡି) ବୁଲିପାରିବେ ।

ପଞ୍ଜିକରଣ ଦେୟ:

ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ରହିଥିବା ବେଳେ ଦୁଇ ବୟସ୍କ ବ୍ୟକ୍ତିଙ୍କୁ ୭ ହଜାର ୫ ଶହ ଟଙ୍କା ରଖାଯାଇଛି । ସେହିପରି ଭାବରେ ଦୁଇ ବୟସ୍କ ବ୍ୟକ୍ତିଙ୍କ ସମେତ ଜଣେ ଶିଶୁଙ୍କୁ ୧୦ ହଜାର ଟଙ୍କା ପଞ୍ଜିକରଣ କରିବାକୁ ପଡିବ । ତେବେ ରହିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଛି । ଯଥା ଦୁଇ ଜଣ ଅଂଶୀଦାର ଆବାସ ଚୟନ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ଗୋଟିଏ କୋଠରି ଦିଆଯିବାର ସୁଯୋଗ ଦିଆଯିବ । ଏହା ସହ ମୋଟ ଆକାରରେ ୬୦ ବ୍ୟକ୍ତି ପାଇଁ କୋଠରୀ ରଖାଯାଇଛି । ତେବେ ୧୨ ବର୍ଷରୁ କମ୍ ବୟସର ଶିଶୁ ମାନେ ଶିଶୁ ବର୍ଗରେ ଅଂଶୀଦାର ହେବେ ।

ପରିଚୟ ପତ୍ର ଆବଶ୍ୟକ:

ପ୍ରତ୍ୟେକ ପରିଦର୍ଶକ ସେମାନଙ୍କର ଯେକୌଣସି ID PROOF ଯେପରିକି ଭୋଟର୍ ID କାର୍ଡ / ଡ୍ରାଇଭିଂ ଲାଇସେନ୍ସ / ପାନ୍ କାର୍ଡ / ପାସପୋର୍ଟ / ଆଧାର କାର୍ଡ ପାଖରେ ରହିଥିବା ଆବଶ୍ୟକ ।

ଜାନୁଆରୀରେ ହେବ ପକ୍ଷୀ ଗଣନା:

ସୂଚନା ଥାଉକି, ଜାନୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ପକ୍ଷୀ ଗଣନା । ପକ୍ଷୀଙ୍କ ଗୋଡରେ ସାଟେଲାଇଟ ଲଗାଯିବ ସାଟେଲାଇଟ ଟ୍ରାକିଂ ରିଙ୍ଗ ।

ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ:
ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ ରିଙ୍ଗ । ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ । ଯାହା ଫଳରେ ପକ୍ଷୀ ଗଲାବେଳେ ମଧ୍ୟ ସାଇବେରିଆ ଯାଉଛନ୍ତି କି ଆଉ କେଉଁ ସ୍ଥାନକୁ ଯାଉଛନ୍ତି ଯାହା ସହଜରେ ଜାଣିହେବ ।

ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ୨୧ କ୍ୟାମ୍ପ:

ପ୍ରତ୍ୟେକ ବର୍ଷ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ । ଚଳିତବର୍ଷ ୨୧ ଟି ବାର୍ଡ କ୍ୟାମ୍ପ କରାଯାଇଛି । ସୁରକ୍ଷା ପାଇଁ ୨୧ଟି କ୍ୟାମ୍ପରୁ ପ୍ରତ୍ଯେକ କ୍ୟାମ୍ପରେ ୨ ରୁ ୩ ଜଣ ଲୋକ ରହୁଛନ୍ତି । ଟାଙ୍ଗୀ, ଚିଲିକା, ବାଳୁଙ୍ଗା, ରମ୍ଭା ଏବ ସାତପଡା ଆଦି ୫ଟି ରେଞ୍ଜରେ ବିଦେଶୀ ପକ୍ଷୀ ଆସି ରହିଥାନ୍ତି । ଏହା ସହିତ ବିଶେଷ ଭାବେ ବାଲୁଗାଁରେ ପକ୍ଷୀ ଅଭ୍ୟୟାରଣ୍ୟ ଯାହାର ନାମ 'ନଳ ବଣ'ରେ ଆସି ବିଦେଶୀ ପକ୍ଷୀମାନେ ବସା ବାନ୍ଧିଥାନ୍ତି। ଏହି ସମସ୍ତ ଅଞ୍ଚଳରେ ଅଧିକ ଭାବରେ ବିଦେଶୀ ପକ୍ଷୀ ମାନେ ଅଧିକ ଦେଖାଯାଆନ୍ତି । ତେବେ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ଅଧିକ ପକ୍ଷୀମାନେ ଏକାଠି ହୋଇଥାନ୍ତି । ତେଣୁ କରି ଟାଙ୍ଗୀ ରେଞ୍ଜରେ ୨୧ଟି କ୍ୟାମ୍ପ ମଧ୍ୟରୁ ୧୧ଟି କ୍ୟାମ୍ପ ରଖାଯାଇଛି ।

ପକ୍ଷୀଙ୍କୁ ଖାଦ୍ୟ ନଦେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ:

ଚିଲିକାକୁ ଲକ୍ଷ ଲକ୍ଷ ମାତ୍ରାରେ ବିଦେଶୀ ପକ୍ଷୀ ଆସିଥାନ୍ତି । ଏହାକୁ ଦେଖିବାକୁ ଅନେକ ଟୁରିଷ୍ଟ ମାନେ ଭରପୁର ମଜା ମଧ୍ୟ ନେଇଥାନ୍ତି । କିନ୍ତୁ ଅନେକ ସମୟରେ ପର୍ଯ୍ୟଟକମାନେ ପକ୍ଷୀମାନଙ୍କୁ ଖୁବ କମ ନିକଟରୁ ଦେଖିବାକୁ ମନ ବଳାଇଥାନ୍ତି । ପକ୍ଷୀଙ୍କୁ ଖାଦ୍ୟ ଦ୍ଵାରା ଆକୃଷ୍ଟ କରିଥାନ୍ତି । ଯାହା ଫଳରେ ପକ୍ଷୀମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି । ଏହାସହ ଚଢେଇମାନଙ୍କୁ ରୋଗ ମଧ୍ୟ ବ୍ୟାପିପାରେ । ଯଦି ଗୋଟିଏ ଚଢେଇ କିଛି ଅସୁବିଧା ହୁଏ ତେବେ ଅନ୍ୟ ଚଢେଇଙ୍କୁ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ବାରମ୍ବାର ଟୁରିଷ୍ଟମାନଙ୍କୁ ସଚେତନ କରାଯାଉଥିବାବେଳେ ଅନେକ ସମୟରେ ନିୟମ ଭାଙ୍ଗି ସେମାନେ ଚଢେଇଙ୍କୁ ଖାଦ୍ୟ ଦେଇଥାନ୍ତି । ଚଢେଇମାନଙ୍କୁ ଟୁରିଷ୍ଟମାନେ ଖାଦ୍ୟ ନଦେବାକୁ ବୋଟ ମାଲିକମାନଙ୍କୁ ସଚେତନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା

ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ, ଜାନୁଆର ୧୮ରୁ ଗଣନା

ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା, କିଚିରି ମିଚିରି ଶବ୍ଦରେ କମ୍ପୁଛି ଜାତୀୟ ଉଦ୍ୟାନ

କୋରାପୁଟରେ ପକ୍ଷୀଙ୍କ ଆସର, କିଚିରିମିଚିରି ଶବ୍ଦରେ ପୂରିଉଠୁଛି କଫି ବଗିଚା

ବିଦେଶୀ ପକ୍ଷୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଚିଲିକା:

୨୦୨୪ - ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ
୨୦୨୩ - ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ
୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
୨୦୨୦-୨୧ -୧୧୧ ପ୍ରଜାତିର ୧୨.୦୪ ଲକ୍ଷ
୨୦୧୯-୨୦- ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
୨୦୧୮-୧୯- ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
୨୦୧୭-୧୮- ୯୫ ପ୍ରଜାତିର ୮.୬୮ ଲକ୍ଷ
୨୦୧୬-୧୭ -୧୦୦ ପ୍ରଜାତିର ୯.୨୪ ଲକ୍ଷ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.