ETV Bharat / state

ନଦୀ ଆରପାରିରେ ଡିଲର ପଏଣ୍ଟ, ରାସନ ଆଣିବାକୁ ଗଣିବାକୁ ପଡୁଛି ଟଙ୍କା - RATION DISTRIBUTION PROBLEM

ରାସନ ଚାଉଳ ପାଇଁ ଡିଲର ଟଙ୍କା ନେଉଥିବା ଅଭିଯୋଗ । 'ୱାନ ନେସନ ୱାନ ରାସନ' ମାଧ୍ୟମରେ ଅନ୍ୟ ବ୍ଲକରୁ ଆଣିବାକୁ ଯୋଗାଣ ଅଧିକାରୀଙ୍କ ପରାମର୍ଶ ।

Ration Distribution Problem
Ration Distribution Problem (ETV Bharat Odisha)
author img

By ETV Bharat Odisha Team

Published : Dec 27, 2024, 4:53 PM IST

କେନ୍ଦ୍ରାପଡା: ରାସନ ଚାଉଳ ପାଇଁ ଡିଲର ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଟଙ୍କା ଦେଲେ ଡିଲର ଘର ପାଖରେ ଚାଉଳ ଦେଉଛି ଟଙ୍କା ନଦେଲେ 20 କିଲୋମିଟର ଦୂର ନଦୀ ପାର ହୋଇ ଡିଲର ପଏଣ୍ଟରୁ ହିତାଧିକାରୀଙ୍କୁ ଆଣିବାକୁ ପଡୁଛି ଚାଉଳ । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସବୁଠି ଗୁହାରି କଲେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ତଦନ୍ତ ପରେ ୱାନ ନେସନ ୱାନ ରାସନ ମାଧ୍ୟମରେ ହିତାଧିକାରୀ ନିକଟସ୍ଥ ଅନ୍ୟ ବ୍ଲକରୁ ରାସନ ଆଣିପାରିବେ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

କେଉଁଠି ନିଆଯାଉଛି ମାଗଣା ରାସନ ପାଇଁ ଟଙ୍କା:

କେନ୍ଦ୍ର ସରକାର ଫ୍ରି ରାସନ ଯୋଜନାରେ ଦେଶର ସମସ୍ତ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ରାସନ ଚାଉଳ ଯୋଗାଇ ଦେଉଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି କେନ୍ଦ୍ରାପଡା ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତ ବଉଳଯୋଡି ଡିହା ଗାଁରେ । ଏହି ଗାଁର ବାସିନ୍ଦା ତଥା ରାସନକାର୍ଡ ହିତାଧିକାରୀ ମଦନ ରାଉତ ଅଭିଯୋଗ କରିଛନ୍ତି,"ଡିଲର ଏଠାରେ ଆଣି ଯେଉଁ ରାସନ ଗତ କିଛି ମାସ ହେବ ଦେଉଥିଲେ ସେଥିପାଇଁ ପ୍ରତିମାସରେ ୨୦-୩୦ ଟଙ୍କା ଲୋକଙ୍କଠାରୁ ନେଉଥିଲେ। ରାଜନୈତିକ ଆକ୍ରୋଶ ରଖି ଏବେ ଟଙ୍କା ଦିଆଯାଉନଥିବା ଆଳ ଦେଖାଇ ଦେଉନାହାନ୍ତି । ଏନେଇ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ ।"

Ration Distribution Problem (ETV Bharat Odisha)

କ'ଣ ପ୍ରତିକ୍ରିୟା ରଖିଲେ ଡିଲର:
ନଦୀ ପାର ହୋଇ ବଉଳଯୋଡି ଡିଆ ଗାଁରେ ରାସନ ଦେବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଟୁଙ୍ଗା ଡିଲର ଭଜହରି ମହାନ୍ତି କହିଛନ୍ତି,"ଆଗରୁ ଆପୋଷ ଆଲୋଚନା ହୋଇ ଗାଡି ଖର୍ଚ୍ଚ ଦେଉଥିଲେ,ଆମର ସେଣ୍ଟର ଏହା ନୁହଁ । ଆମ ସେଣ୍ଟର ହେଉଛି ଟୁଙ୍ଗା ଏଣ୍ଡୋଳ । ସେମାନେ ଗାଡି ଖର୍ଚ୍ଚ ବାବଦକୁ ଟଙ୍କା ଦେଲେ ଆମେ ଏଠାରେ ଆଣି ରାସନ ଦେଉ।କାର୍ଡ ପିଛା ୧୦ ଟଙ୍କା ଲେଖାଏଁ ଦେଉଥିଲେ । ଚାଉଳ ପାଇଁ ପଇସା ନାହିଁ ୧୫ କିଲୋମିଟର ଆସିବାକୁ ପଡୁଥିବାରୁ କେବଳ ଗାଡି ଖର୍ଚ୍ଚ ନିଆଯାଉଥିଲା ।"

ଏହା ବି ପଢନ୍ତୁ...କେନ୍ଦ୍ରାପଡାରେ କେଉଁ ବ୍ଲକରେ କେତେ ବାକି ରହିଛି E-KYC ?

ଏହା ବି ପଢନ୍ତୁ...ଭୂତ ହିତାଧିକାରୀ ଖାଉଛନ୍ତି ରାସନ, ଗୃହରେ ଜଣାଇଲେ ମନ୍ତ୍ରୀ

ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା:
ଟୁଙ୍ଗା ପଞ୍ଚାୟତରେ ଚାଉଳ ପାଇଁ ଟଙ୍କା ନେବା ଘଟଣାରେ ପ୍ରତିକ୍ରିୟା ରଖି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି,"ଘଟଣା ସମ୍ପର୍କରେ ମୁଁ ଶୁଣିଛି ଏବଂ ଯାହା ଜାଣିଛି ଯେ ଡିଲର ପଏଣ୍ଟରୁ ଲୋକ ଆସି ରାସନ ନେବା କଥା । ହେଲେ ବହୁ ପୂର୍ବରୁ ଯେହେତୁ ନଦୀ ଆରପାରିରେ ଅଳ୍ପ କିଛି ଲୋକ ରହୁଛନ୍ତି ସେମାନଙ୍କୁ ନିଜେ ସରପଞ୍ଚ ନେଇ ଦେଉଥିଲେ । ଚଳିତ ଥରଠାରୁ ସରପଞ୍ଚ ଓ ଡିଲର ନେଇ ଯେଉଁ ବାଣ୍ଟୁଥିଲେ ତାହା ବନ୍ଦ କରିଦେଇଛନ୍ତି । ଲୋକମାନଙ୍କୁ ନଦୀ ପାର ହୋଇ ଆସିବାକୁ ସମସ୍ୟା ହେଉଥିଲେ ୱାନ ନେସନ ୱାନ ରାସନ ଯୋଜନାରେ ଅନ୍ୟ ଜଣେ ଡିଲରଠାରୁ ମଧ୍ୟ ନେଇପାରିବେ । ଆମ ନଜରକୁ ଏହି ଘଟଣା ଆସିଛି ,ତେଣୁ ଏହି କାର୍ଡକୁ କନିକା ବ୍ଲକ ସହ ଟ୍ୟାଗ କରିଦେଲେ ସୁବିଧା ହେବ। ନଦୀ ଆରପଟ ୧୦୫ଟି ରାସନକାର୍ଡ ରହିଛି । ଯେଉଁଥିରୁ ପ୍ରାୟ ୬୫ ଜଣ ନଦୀ ଏପଟକୁ ଆସି ରାସନ ନେବା ପାଇଁ ପ୍ରସ୍ତୁତ ଅଛନ୍ତି, ଆଉ ବାକି ୪୦ ଜଣଙ୍କ କାର୍ଡକୁ ଆମେ କନିକା ସହ ଟ୍ୟାଗ କରି ରାସନ ଯୋଗାଇଦେବୁ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.