ETV Bharat / state

BeMC କମିଶନରଙ୍କୁ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଜଣାଇଲେ ମେୟର - BERHAMPUR MUNICIPAL CORPORATION

ବ୍ରହ୍ମପୁର ମହାନଗର ବୈଠକରେ କମିଶନରଙ୍କୁ ଦୁର୍ବ୍ୟବହାର ଘଟଣା । ମେୟର ସମେତ ଗୋଟିଏ ଗୋଷ୍ଠୀ ଜିଲ୍ଲାପାଳ ଓ ଏସ୍.ପିଙ୍କୁ ସାକ୍ଷାତ କରିଛନ୍ତି । କମିଶନରଙ୍କ ଚିଠିକୁ ନେଇ ଦୁଃଖ କହିଲେ କର୍ପୋରେଟର ।

Berhampur Municipal Corporation
Berhampur Municipal Corporation (ETV Bharat Odisha)
author img

By ETV Bharat Odisha Team

Published : Jan 31, 2025, 3:22 PM IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (BeMC)ର କର୍ପୋରେଟର ଗୋଷ୍ଠୀଙ୍କ କନ୍ଦଳ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ୨୬ ନମ୍ବର ଓ୍ବାର୍ଡ଼ର କର୍ପୋରେଟର, କମିଶନରଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ । କର୍ପୋରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନର, ମେୟରଙ୍କୁ ଚିଠି ଲେଖିଛନ୍ତି । ସେପଟେ ମେୟରଙ୍କ ସହ ତାଙ୍କ ସମର୍ଥକ କର୍ପୋରେଟର ଓ ଏକାଧିକ ବିଜେପି କର୍ପୋରେଟର ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ଏବଂ ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ମହାନଗର ନିଗମର ବୈଠକରେ ହୋଇଥିବା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।

BERHAMPUR MUNICIPAL CORPORATION (ETV Bharat Odisha)

ଏହାସହ ଗତ ୨ ମାସ ଧରି କିଛି କର୍ପୋରେଟର ନିଗମରେ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହାନଗର ନିଗମର କମିଶନରଙ୍କୁ ଅଶାଳୀନ ବ୍ୟବହାର ନୁହେଁ ବରଂ ବିଭିନ୍ନ ପ୍ରଶ୍ନ ପଚାରିବାରୁ ଉତ୍ତର ଦେଇ ନଥିଲେ । କମିଶନର ବୈଠକ ଛାଡ଼ି ଚାଲିଯାଇଥିଲେ । ମୋ ବିରୁଦ୍ଧରେ ହେଉଥିବା ଅଭିଯୋଗ ମିଥ୍ୟା ଏବଂ ଦୁଃଖଦାୟକ ବୋଲି କହିଛନ୍ତି ୨୬ ନମ୍ବର ଓ୍ବାର୍ଡ଼ର କର୍ପୋରେଟର ।

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କଲେ ମେୟର ଓ କର୍ପୋରେଟର:

ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ବିଜେଡିର ଗୋଟିଏ ଗୋଷ୍ଠୀର ନିର୍ଦ୍ଦିଷ୍ଟ କେତେକ କର୍ପୋରେଟର ହଟ୍ଟଗୋଳ କରିଥିବା ଅଭିଯୋଗ ହୋଇଥିଲା । ବୈଠକରେ ନିଗମର କମିଶନରଙ୍କୁ ଇଙ୍ଗିତ କରି ଦୁବ୍ୟବହାର ପ୍ରଦର୍ଶନ କରି ଗୋ-ବ୍ୟାକ୍ ନାରା ଦେଇଥିଲେ । ଏନେଇ ଘଟଣା ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଅବଗତ କରାଇଛନ୍ତି ନିଗମର ମେୟର, ଡେପୁଟି ମେୟରଙ୍କ ସମେତ ବହୁ କର୍ପୋରେଟର । ବ୍ରହ୍ମପୁର ମେୟରଙ୍କ ସହିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ ସମୟରେ ବିଜେଡି ସହିତ ବିଜେପି ଦଳର କର୍ପୋରେଟର ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମେୟର ସଂଙ୍ଘମିତ୍ରା ଦଳେଇ ଜିଲ୍ଲାପାଳଙ୍କୁ ଘଟଣା ନେଇ ଅବଗତ କରାଇଛନ୍ତି । ସମସ୍ତ ଅଭିଯୋଗକୁ ଗ୍ରହଣ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନିଗମର ବୈଠକରେ ପ୍ରଶ୍ନ ପଚାରିବା କିମ୍ୱା ଆଲୋଚନା କରିବାରେ କାହାରିକୁ ବାରଣ କରାଯାଉନଥିବା ବେଳେ ତାହାକୁ ଶାଳୀନତା ଢଙ୍ଗରେ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ।

BERHAMPUR MUNICIPAL CORPORATION

ମେୟରଙ୍କ ପ୍ରତିକ୍ରିୟା:

ଏନେଇ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ କହିଛନ୍ତି, "ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ହୋଇଥିବା ଘଟଣା ବିଷୟରେ ଆମେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, ଯାହା ଆଇନ କାନୁନରେ ଆସିବ ଆମେ ତାକୁ ପାଳନ କରିବୁ । ରାଜ୍ୟ ସରକାର ଜଣଙ୍କୁ ନିଗମର କମିଶନର ଭାବରେ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ ଭଦ୍ର ରୂପରେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ।"

Berhampur Municipal Corporation
Berhampur Municipal Corporation (ETV Bharat Odisha)

କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି:

ହଟ୍ଟଗୋଳ ଘଟଣାରେ ୨୬ ନମ୍ବର ୱାର୍ଡର କର୍ପୋରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମେୟର ସଙ୍ଘମିତ୍ରା ଦଳେଇଙ୍କୁ ସରକାରୀ ଚିଠି ଲେଖିଛନ୍ତି ବିଇଏମସି କମିଶନର । ବୈଠକ ଚାଲିଥିବା ବେଳେ ୨୬ ନମ୍ବର ୱାର୍ଡର କର୍ପୋରେଟର, BeMC କମିଶନର ଓ ଅନ୍ୟ ଅଧିକାରୀଙ୍କୁ ଖରାପ ବ୍ୟବହାର ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ଦ୍ୱାରା ମର୍ଯ୍ୟାଦାହାନୀ ହୋଇଛି । ଆଇନ ଅନୁଯାୟୀ, କର୍ପୋରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଚିଠିରେ ମେୟରଙ୍କୁ ଉଲ୍ଲେଖ କରିଛନ୍ତି ବିଇଏମସି କମିଶନର । ମେୟରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ତାଙ୍କ ପ୍ରତି ହୋଇଥିବା କର୍ପୋରେଟରଙ୍କ ଅଶାଳୀନ ବ୍ୟବହାର ସମ୍ପର୍କରେ ଚିଠି ଲେଖିଛନ୍ତି କମିଶନର ।

ଅଭିଯୋଗ ମିଥ୍ୟା କହିଲେ କର୍ପୋରେଟର:

ସେପଟେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୨୬ ନମ୍ବର ୱାର୍ଡ଼ର କର୍ପୋରେଟର ଧିରେଶ ସାବତ । ସେ କହିଛନ୍ତି, "କମିଶନରଙ୍କୁ ପ୍ରଶ୍ନ ପଚାରିଲେ ସେ ଉତ୍‌କ୍ଷିପ୍ତ ହୋଇ ପ୍ରଶ୍ନର ଉତ୍ତର ନଦେଇ ଚାଲିଯାଉଛନ୍ତି । ପୁଣି ଚିଠି ଲେଖୁଛନ୍ତି ଯେ, କର୍ପୋରେଟର ତାଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି । ତାଙ୍କୁ କୌଣସି ଅସଭ୍ୟ ଭାଷାରେ ଗାଳିଗୁଲୋଜ କରାଯାଇନାହିଁ । ସେଠାରେ ଅନ୍ୟ କର୍ପୋରେଟର ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଯଦି ମୁଁ ଅଶାଳୀନ ବ୍ୟବହାର କରିଥିବି ତେବେ ତାହାର ରେକର୍ଡ ଥିବ । ମୁଁ କେବଳ ପ୍ରଶ୍ନ ପଚାରିଛି । କୌଣସି ଅଶୋଭନୀୟ ବ୍ୟବହାର କରିନାହିଁ । ସେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଆମେ ମଧ୍ୟ ଆଗକୁ ପଦକ୍ଷପ ନେବୁ ।"

ଏହା ମଧ୍ୟ ପଢ଼ନ୍ତୁ...BeMC କାର୍ଯ୍ୟାଳୟରେ ହାଇଡ୍ରାମା, BJDର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ

ଏହା ମଧ୍ୟ ପଢ଼ନ୍ତୁ...ଆୟଠାରୁ ବଢ଼ିଲା ବିଏମସିର ବ୍ୟୟ, ୱାର୍ଲଡ ବ୍ୟାଙ୍କରୁ ଋଣ ଆଣି ସୁଝିବ ବିଏମସି

ଶାନ୍ତିଶୃଙ୍ଖଳା ରକ୍ଷା କଲେ ସମସ୍ତ ସମସ୍ୟାର ସମାଧାନ ହେବ:

ଏନେଇ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, "ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଦଳର ୩୭ ଜଣ କର୍ପୋରେଟର ଅଛନ୍ତି । ମେୟର ଜଣେ ଉଚ୍ଚ ଶିକ୍ଷିତା ଏବଂ ଅଭିଜ୍ଞତା ସମ୍ପର୍ଣ୍ଣ । ମହାନଗର ନିଗମର ସମସ୍ତ କର୍ପୋରେଟରଙ୍କ ମଧ୍ୟରେ ଏକତା ରକ୍ଷା କରିବା ସହିତ ଶାନ୍ତିଶୃଙ୍ଖଳାର ସହିତ ଆଲୋଚନା କରି ଯେ କୌଣସି ସମସ୍ୟାର ସମାଧାନ କରାଯାଇପାରିବ । ଶୃଙ୍ଖଳା ରକ୍ଷାନକଲେ କୌଣସି ବିକାଶ ହେବନାହିଁ । ଆମ ମଧ୍ୟରେ ଏକତା ରଖିବାକୁ ପଡ଼ିବ । ପ୍ରଶ୍ନ ପଚାରିବା ସମସ୍ତଙ୍କ ଅଧିକାର ଅଛି, କିନ୍ତୁ ନିଜ ନିଜ ଯାଗାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଶ୍ନ ପଚାରିବା ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.