Panchayat Takkar: ସମ୍ବଲପୁରରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ଦମ୍‌ ଲଗାଉଛି ବିଜେଡି

By

Published : Jan 26, 2022, 7:52 AM IST

thumbnail
ସମ୍ବଲପୁର: ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ରାଜନୈତିକ ମାହୋଲ ସରଗରମ ହୋଇଛି । ମୁଖ୍ୟତଃ ଜିଲ୍ଲା ପରିଷଦ ନିର୍ବାଚନ ଉପରେ ସମସ୍ତ ରାଜନୈତିକ ଦଳର ନଜର ରହିଛି । ଶାସକ ବିଜେଡି ସମ୍ବଲପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଜରିଆରେ ନିଜର ପ୍ରଭାବକୁ ବଜାୟ ରଖିବାକୁ ଚେଷ୍ଟା କରୁଛି । ଗତଥର ଜିଲ୍ଲା ପରିଷଦ ନିର୍ବାଚନରେ ୧୮ଟି ସିଟ୍‌ରୁ ମାତ୍ର ୫ସିଟ୍‌ ଜିତିଥିବା ବିଜେଡି ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିବା ପାଇଁ ଚେଷ୍ଟା କରୁଛି । ଏହାକୁ ନେଇ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଓ ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ବାଦଶାହ ଜୁସ୍ମନ ରଣା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.