Panchayat Election: ଛତା ଧରି ପ୍ରଚାର ମୈଦାନରେ ପ୍ରାର୍ଥୀ - ପୁରୀ ପଞ୍ଚାୟତ ନିର୍ବାଚନ

🎬 Watch Now: Feature Video

thumbnail

By

Published : Feb 6, 2022, 12:58 PM IST

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ପୁରୀ ରାଜନୀତି । ଗାଁ ଗାଁରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । ପୁରୀ ସଦର ବ୍ଳକ ମାଳତୀପାଟପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର କୁମାର ମହାପାତ୍ର ନିଜ ନିର୍ବାଚନୀ ଚିହ୍ନ ଖୋଲା ଛତା ଥିବାରୁ ସେ ଏକ ଖୋଲା ଛତାକୁ ହାତରେ ଧରି ନିଜ ପାଇଁ ପ୍ରଚାର କରୁଛନ୍ତି । ନିଜ ଅଞ୍ଚଳରେ ବିକାଶ ପାଇଁ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଭୋଟ ମାଗିଛନ୍ତି । ଅନ୍ୟପଟେ ଭୋଟର ମାନେ ଜଣେ ଦକ୍ଷ ଯୁବ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହୁଁ ଥିବା କହିଛନ୍ତି । ମାଳତୀପାଟପୁର ପଞ୍ଚାୟତରରଘୁରାଜପୁରରେ କେମିତି ଚାଲିଛି କ୍ୟାମ୍ପେନ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.