କୋଭିଡ ମୁକାବିଲାରେ ଓଡିଶା ଅଦ୍ଵିତୀୟ କହିଲେ ପ୍ରତାପ ଜେନା - ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା
🎬 Watch Now: Feature Video

ବାଲେଶ୍ବର: କୋଭିଡ ପରିଚାଳନା ନେଇ ରାଜ୍ୟକୁ କେନ୍ଦ୍ରର ଭୂମିକା ଓ ଓଡିଶାକୁ ଅନୁଦାନ ସ୍ବରୂପ 22 ହଜାର କୋଟି ଟଙ୍କା ଦେବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ଦେବାପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ପରିଚାଳନାରେ ଓଡିଶା ଅଦ୍ଵିତୀୟ ରାଜ୍ୟ। ଯେଉଁଠି ସୁବ୍ୟବସ୍ଥିତ ଭାବେ ସମସ୍ତ ପରିଚାଳନା କରାଯାଇଛି। ପୁରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇଛି।