ପିପିଲି ପଲିଟିକ୍ସ: ବିଜେଡି ଖେଳିଲା ପ୍ୟାକେଜ କାର୍ଡ, ବିରୋଧୀ କହିଲେ ଲୋକଦେଖାଣିଆ - pipili byelection
🎬 Watch Now: Feature Video

ପୁରୀ/ଭୁବନେଶ୍ବର: ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ଲାଗି ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିପିଲି-ଡେଲାଙ୍ଗରେ ଉପ ନିର୍ବାଚନ ହେବାକୁଥିବାରୁ ସରକାରଙ୍କ ଏହି ଘୋଷଣାରେ ରାଜନୈତିକ ଅଭିସନ୍ଧି ଥିବା ଆଭାସ ପାଇଛନ୍ତି ବିରୋଧୀ । ବିଜେପି କହିଛି, ନିର୍ବାଚନ ଆସୁଛି, ତେଣୁ ଲୋକଙ୍କୁ ଚକମା ଦେଖାଇବା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ସେପଟେ କଂଗ୍ରେସ କହିଛି, ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି ।