ମା' ପରି କିଏ ହେବ.... - mayurbhanj
🎬 Watch Now: Feature Video
ଆଜି ବିଶ୍ବ ମାତୃ ଦିବସ। ସଂସାରର ଯେତେ ଶ୍ରଦ୍ଧା, ମା' ଠୁ ଆରମ୍ଭ, ମା'ରେ ଶେଷ । ମା' ଏମିତି ଏକ ଡାକ, ଯାହାକୁ ଶୁଣିଲେ ପେଟ ପୁରିଯାଏ। ମା'ର ବାତ୍ସଲ୍ୟ, ମମତା, ତ୍ୟାଗ, ତପସ୍ୟା, ବଳିଦାନକୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ (ମଦର୍ସ ଡେ) ଭାବେ ପାଳନ କରାଯାଏ । ମା'ର ପଣତ ତଳେ ଶୋଇ ପଡିଲେ ସ୍ବର୍ଗ ସୁଖ ମିଳିଥାଏ । ସେଠି ଦାମି ଗଦି-ତକିଆର ଆବଶ୍ୟକତା ପଡିନଥାଏ। ମା' ଶଦ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ। ସେଥିପାଇଁ ତ ମା' ହେଉଛି ମମତାର ଦେବୀ । ସେ କେବଳ ଦେଇ ଜାଣେ। ପ୍ରତିଦାନ ନେବାର କୌଣସି ଲାଳସା ନଥାଏ। ସବୁଦିନ ତ ମା'ର। କିନ୍ତୁ ଆଜିର ଏହି ସ୍ବତନ୍ତ୍ର ଦିବସରେ ସଂସାରର ସମସ୍ତ ମାଆମାନଙ୍କୁ 'ଇଟିଭି ଭାରତ' ପରିବାର ପକ୍ଷରୁ କୋଟି କୋଟି ପ୍ରଣାମ ।
Last Updated : May 12, 2019, 2:46 PM IST