ଦାରିଦ୍ର୍ୟ ତାଡନା; ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଝିଅ ଦାନ କଲା ମା' - jajpur news

🎬 Watch Now: Feature Video

thumbnail

By

Published : Jul 8, 2020, 2:38 PM IST

ଯାଜପୁର: ଜିଲ୍ଲା ବ୍ୟାସନଗର ସହରାଞ୍ଚଳରୁ ଆଜି(ବୁଧବାର) ଜଣେ ଅବହେଳିତ ବର୍ଗର ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ, ଶିଶୁ ସୁରକ୍ଷା ୟୁନିଟ ଶିଶୁଟିକୁ ତାର ମାଆ ଠାରୁ ଆଣି ଶିଶୁ ପରିଚର୍ଯ୍ୟା ଗୃହରେ ଥଇଥାନ କରାଯାଇଛି । ସୂଚନା ମୁତାବକ ପାର୍ବତୀ ମୁଣ୍ଡା ନାମକ ଜଣେ ସ୍ବାମୀ ପରିତ୍ୟକ୍ତା ଆଦିବାସୀ ମହିଳା ବ୍ୟାସନଗର ସହରାଞ୍ଚଳର ଆଦିବାସୀ ବସ୍ତିରେ ବାସ କରନ୍ତି । ପାର୍ବତୀଙ୍କର 4ଟି ଝିଅ ଓ ଗୋଟିଏ ପୁଅ । ତେବେ ସ୍ବାମୀ ତାଙ୍କୁ ଛାଡି ପଳାଇବା ପରେ ପାର୍ବତୀ ନିଜର 5ଟି ଶିଶୁଙ୍କୁ ନେଇ ସେମାନଙ୍କ ରକ୍ଷଣାବେକ୍ଷଣ ଓ ପ୍ରତିପୋଷଣ କରିବା ସମ୍ଭବ ହେଲାନାହିଁ । ସ୍ବାମୀଙ୍କର କୌଣସି ଖୋଜ ଖବର ମିଳୁନଥିବା ବେଳେ ଏହି ଶିଶୁ ମାନଙ୍କର ଯତ୍ନ ନେବା ପାର୍ବତୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.