ପୋଲିସ ପରିଚୟ ଦେଇ ରାଜଧାନୀରେ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

By

Published : Dec 23, 2020, 2:14 PM IST

thumbnail
ଭୁବନେଶ୍ବର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନୂଆ ଧରଣର ଲୁଟେରା ଗ୍ୟାଙ୍ଗ ମାତିଛନ୍ତି । କ୍ରାଇମବ୍ରାଞ୍ଚ ଇନସପେକ୍ଟରର ପରିଚୟ ଦେଇ ଯାଞ୍ଚ ସମୟରେ ଲୁଟି ନେଇଛନ୍ତି ଅଳଙ୍କାର । ତେବେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି । ସୋମବାର ସନ୍ଧ୍ୟା ସମୟରେ ଡମଣାରୁ ପଟିଆ ଯିବା ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଘଟଣା ଘଟିଛି । 2 ଜଣ ଦମ୍ପତି ସେହି ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍‌ 2 ଜଣ ଦୁର୍ବୃତ୍ତ ପୋଲିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ । ସ୍ନାଚରମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବାବେଳେ ସେମାନେ ଅଳଙ୍କାର ଛଡାଇ ନେଇପାରନ୍ତି କହି ଦୁର୍ବୃତ୍ତ ଦମ୍ପତିଙ୍କ ଠାରୁ ଅଳଙ୍କାର ନେଇଯାଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.