‘ଗତବର୍ଷ ତୁଳନାରେ ଚଳିତ ବର୍ଷ 20% ଅଧିକ ଧାନ ସଂଗ୍ରହ ହୋଇଛି’
🎬 Watch Now: Feature Video
ଭୁବନେଶ୍ବର: ଦୀର୍ଘଦିନ ହେବ ଚାଷୀ ସମସ୍ୟା ନେଇ ଜାତୀୟ ସ୍ତରରେ ଚାଷୀ ଆନ୍ଦୋଳନ ଜାରି ରହିଛି । ରାଜ୍ୟରେ ବିଭିନ୍ନ ଚାଷୀ ସଂଗଠନ ଦ୍ବାରା ରାଜ ଭବନ ଘେରାଓ ମଧ୍ୟ ହୋଇଛି । ବିଜେପି ,ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଷୀ ରାଜନୀତି ଜୋର ଧରିଛି । ବିଜେପି ପଶ୍ଚିମ ଓଡ଼ିଶାରେ ମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛି । କଂଗ୍ରେସ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଜିଦ ଧରି ବସିଛି । ତେବେ ଚଳିତ ବର୍ଷର ଧାନ କିଣା ଆରମ୍ଭ ହୋଇଛି । ସେନେଇ ପ୍ରିତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ । ଧାନ କିଣାରେ ୨୦ ପ୍ରତିଶତ ଅଧିକ ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ଟାର୍ଗେଟରୁ ଅଧିକ ପାଇବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।