କୋରୋନା କାଳରେ ଗରିବଙ୍କୁ ସାହା ‘ମନେରଗା’ - Mgnerga main source of source of employment
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9259980-thumbnail-3x2-kkjpg.jpg)
ସମ୍ବଲପୁର: କୋରୋନା କାଳରେ କଲବଲ ହେଉଛନ୍ତି ଖଟିଖିଆ ଓ ଗରିବ। ଜୀବନ ଓ ଜୀବିକାର ଅକଳିରେ ପଡିଯାଇଛନ୍ତି ସାଧାରଣ ଲୋକେ। ଅଦୃଶ୍ୟ ଭାଇରସ ଜୀବନ ଓ ଜୀବିକା ସହ ଖେଳୁଛି ଅତି ସାଙ୍ଘାତିକ ଖେଳ। ଅନେକଙ୍କ ଘର ଉଜୁଡି ଯାଇଥିବା ବେଳେ ଆଉ କାହାର ଚାକିରୀ ଛଡେଇ ନେଇଛି ରୋଗ। ତେବେ ଏତେ କଷ୍ଟ ଭିତରେ ଗରିବଙ୍କ ଆଶାର କିରଣ ସାଜିଛି ମନେରେଗା। ପ୍ରବାସୀଙ୍କ ବରଦାନ ହୋଇ ଉଭା ହୋଇଛି ମନେରଗା କାମ। ଏହାସହ ଜିଲ୍ଲା DRDA ଓ ବନ ବିଭାଗ ଅଧୀନରେ ଗ୍ରାମାଞ୍ଚଳ ଲକ୍ଷ ଲକ୍ଷ ଲୋକେ ମୃତ୍ତିକା ସଂରକ୍ଷଣ, ରାସ୍ତା କାମ, ଡ୍ରେନେଜ ନିର୍ମାଣ ତଥା ଅନ୍ୟ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇ ଭଲ ରୋଜଗାର କରୁଛନ୍ତି। ଜଣେ ବ୍ୟକ୍ତି ସକାଳ ସାଢେ 6 ଟାରୁ ଦିନ 11 ଟା ପର୍ଯ୍ୟନ୍ତ କାମ କରି ଦୈନିକ 207 ଟଙ୍କା ରୋଜଗାର କରୁଛନ୍ତି।