72ତମ ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଗାନ୍ଧୀ ମାର୍ଗରେ ଶେଷ ପରେଡ ଅଭ୍ୟାସ, ଦେଖନ୍ତୁ ଭିଡିଓ

By

Published : Jan 24, 2021, 11:34 AM IST

thumbnail
ଭୁବନେଶ୍ବର: 72ତମ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ପରେଡ ଶେଷ ଅଭ୍ୟାସର ଝଲକ ଦେଖିବାକୁ ମିଳିଛି । ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡର ଫୁଲ ଡ୍ରେସ ରିହଲସଲ କରାଯାଇଛି । ଚଳିତ ବର୍ଷ କୌଣସି ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନ ପରେଡରେ ଅଂଶଗ୍ରହଣ କରିବେ ନାହିଁ । ପୋଲିସ, ଆରପିଏଫ, ଅଗ୍ନିଶମ ବିଭାଗ, ସିଆରପିଏଫ, ଏସଓଜି ଭଳି 14ଟି କଣ୍ଟିଜେଣ୍ଟ ସାମିଲ ହେବେ । ଅଭ୍ୟାସ ପରେଡରେ ଡିଜି ଅଭୟ ଅଭିବାଦନ ଗ୍ରହଣ କରିଥିବାବେଳେ 2018 ବ୍ୟାଚର ଆଇପିଏସ ଅଫିସର ଏସ ସୁଶ୍ରୀ ପରେଡକୁ କୁ କମାଣ୍ଡାର କରୁଛନ୍ତି । ଏହି ଅଭ୍ୟାସରେ ଡିଜି ଖୁସି ବ୍ୟକ୍ତ କରିବା ସହ ପିଲାମାନେ ଭାଗ ନେଉନଥିବାରୁ ଡିଜି ଦୁଃଖ ପ୍ରକାଶ କରିଥିଲେ ହେଁ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରଥମେ ବୋଲି କହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.