ବିବାଦ ହେଲେ ବି ତୃଣମୂଳ ସ୍ତରରେ ଏକାଠି ଓଡିଶା ଓ ଆନ୍ଧ୍ର
🎬 Watch Now: Feature Video
କୋରାପୁଟ: କାଦୁଅ ଫିଙ୍ଗା ଫିଙ୍ଗି ସହ ଉପରେ ଉଭୟେ ଉଭୟଙ୍କ ବଳ କଷୁଛନ୍ତି । କୋଟିଆ ଉପରେ ନିଜର ହକ୍ ଜାହିର ପାଇଁ ଉଭୟ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ। ଲୋଭନୀୟ ଉପହାର ଦେଇ ସୀମାନ୍ତବାସୀଙ୍କୁ ଆନ୍ଧ୍ର ଭିଡି ନେଉଥିବା ବେଳେ ଓଡିଶା ନଛୋଡ ବନ୍ଧା। ଏହି ଘଟଣାର ମାମଲା ଯାଇ ପହଁଞ୍ଚିଲାଣି ସୁପ୍ରିମକୋର୍ଟର। କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ପରସ୍ପର ଉପରକୁ ସୀମା ଉଲଂଘନର ଅଭିଯୋଗ ଫିଙ୍ଗି ଚାଲିଛନ୍ତି । ପରସ୍ପର ବାରମ୍ବାର ଉଚ୍ଚତମ ନ୍ୟାୟାଳୟରେ ପରସ୍ପରକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ।