ଜଗା ପ୍ରେମ, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ କଲେ ଭକ୍ତ - DEVOTEE DONATES SILVER CONCH

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 6, 2025, 10:59 PM IST

ପୁରୀ: ସୁନାବେଶରେ ମହାପ୍ରଭୁ ଜଗନ୍ନାଥ ଧାରଣ କରିବେ ରୂପା ଶଙ୍ଖ । ମନରେ ଏପରି ଭାବନା ସହ ଏକ କେଜି ରୂପାରେ ନିର୍ମିତ ଏକ ଶଙ୍ଖ ଶ୍ରୀମନ୍ଦିରକୁ ଦାନ କରିଛନ୍ତି ସମ୍ବଲପୁରର ଜଣେ ମହିଳା ଭକ୍ତ । ଧର୍ମପରାୟଣା ମହିଳା ନଳିନୀପ୍ରଭା ଦାସ ସମ୍ପର୍କୀୟଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଶଙ୍ଖକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।

  • ଏକ କିଲୋ ୬୧୯ ଗ୍ରାମ୍ ଓଜନର ଶଙ୍ଖ

ଏହି ରୂପା ଶଙ୍ଖଟିର ଓଜନ ରହିଛି ଏକ କିଲୋ ୬୧୯ ଗ୍ରାମ୍ ରହିଛି । ଏହାକୁ କଟକରେ ନିର୍ମାଣ କରାଯାଇଛି । ଏଥିପାଇଁ ୬ ମାସ ସମୟ ଲାଗିଛି । ଏଥିରେ ରୂପା ଓ ତିଆରି ଖର୍ଚ୍ଚକୁ ମିଶାଇ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମହାପ୍ରଭୁ ସୁନାବେଶରେ ଧାରଣ କରୁଥିବା ଶଙ୍ଖର ଏକ ଅବିକଳ ପ୍ରତିକୃତି ହେଉଛି ଏହି ଶଙ୍ଖ ବୋଲି ନଳିନୀ କହିଛନ୍ତି । କୌଣସି ମାନସିକ ନଥିଲେ ମଧ୍ୟ ରୂପା ଶଙ୍ଖ ଦାନ କରିବା ପାଇଁ ନଳିନୀପ୍ରଭା ଆଶା ରଖିଥିଲେ । ତାଙ୍କର ଏହି ଆଶା ପୂରଣ ହୋଇଥିବାରୁ ନଳିନୀ ପ୍ରଭା ଓ ତାଙ୍କ ପରିବାର ସଦସ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସୁନାବେଶ ଅବସରରେ ମହାପ୍ରଭୁ ବାମ ହସ୍ତରେ ଶଙ୍ଖ ଧାରଣ କରିଥାନ୍ତି। ଏଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ଭକ୍ତ ଜଣକ ଏହି ଶଙ୍ଖ ଦାନ କରିଥିବାବେଳେ ଦଇତାପତି ସେବାୟତ ଏହାକୁ ସ୍ବାଗତ କରିଛନ୍ତି ।

‘ମହାପ୍ରଭୁ ଧାରଣ କରନ୍ତୁ ବୋଲି ଇଚ୍ଛା’

ରୂପା ଶଙ୍ଖ ଦାନ କରିଥିବା ନଳିନୀଙ୍କ ସମ୍ପର୍କୀୟ ମୃତ୍ୟୁଞ୍ଜୟ ସାହୁ କହିଛନ୍ତି,‘‘ମହାପ୍ରଭୁଙ୍କୁ ଏକ ରୂପାର ଶଙ୍ଖ ଦାନ କରିବା ପାଇଁ ଅପା(ନଳିନୀ)ଙ୍କ ଇଛା ଥିଲା । ଏଣୁ ଏହାର ନିର୍ମାଣ ଶେଷ ହେବା ପରେ ଆମେ ପୁରୀ ଆସି ଏହି ରୂପା ଶଙ୍ଖକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନର ଦାନ କେନ୍ଦ୍ରରେ ପ୍ରଦାନ କରିଛୁ । ଏଥିପାଇଁ ଆମେ ବହୁତ୍ ଖୁସି । ତେବେ କଟକରେ ଏହି ଶଙ୍ଖ ତିଆରି କରଯାଇଥିବା ବେଳେ ଏଥିପାଇଁ ପ୍ରାୟ 6 ମାସ ସମୟ ଲାଗିଥିଲା ।’’

ଏହା ମଧ୍ୟ ପଢନ୍ତୁ :- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ତଦନ୍ତ କରୁଛନ୍ତି 2ଟି ଟିମ୍


ଶ୍ରୀମନ୍ଦିରର ସେବାୟତ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ର କହିଛନ୍ତି,‘‘ମୋର ସମ୍ବଲପୁରରୁ ଆସିଥିବା ଜଣେ ଯଜମାନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ରୂପା ଶଙ୍ଖ ଦାନ କରିଛନ୍ତି । ଦୀର୍ଘଦିନର ମନୋସ୍କାମନା ଥିଲା, ଯାହାକି ଆଜି ମହାପ୍ରଭୁଙ୍କ କୃପାରୁ ପୂରଣ ହୋଇ ପାରିଛି । ତେବେ ଏହାକୁ କିଭଳି ମହାପ୍ରଭୁ ପରିଧାନ କରିବେ, ସେନେଇ ଆମେ ଚେଷ୍ଟା କରିବୁ ।’’


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.