କେନ୍ଦ୍ରାପଡ଼ା: ପ୍ରବାସୀ ଭାରତୀୟ ଦିବସ ଅବସରରେ ଆସିଥିବା ଅତିଥି କେନ୍ଦ୍ରାପଡାର 8ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛି ବିଜେପି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥିଙ୍କ ପରିଦର୍ଶନ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିନଥିଲେ ସୁଦ୍ଧା ଜିଲ୍ଲାର ବିଧାୟକ ...... ଓ ଜିଲ୍ଲା ବିଜେପି ସଭାପତି ଏନେଇ ସୂଚନା ଦେଇଛନ୍ତି । ଅତିଥିଙ୍କ ଏହି ଗସ୍ତ ଏହି ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଦଳ ପ୍ରେସମିଟ କରି କହିଛି ।
- ଜିଲ୍ଲା ବିଜେପିର ପ୍ରେସମିଟ୍
ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଛନ୍ତି," ପ୍ରବାସୀ ଭାରତୀୟମାନେ କେନ୍ଦ୍ରାପଡା ଜିଲ୍ଲାର ୮ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ । ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ପ୍ରଭୁ ହଳାୟୁଧଙ୍କ ଦର୍ଶନ ସହ ପ୍ରଭୁ ବଳଦେବଜୀଉ କାଳପାହାଡ଼ ଆକ୍ରମଣ ସମୟରେ ଗୋପନରେ ପୂଜା ପାଉଥିବା ସ୍ଥାନ ସଖିବଟ, ଭିତରକନିକା ଜାତୀୟ ଉଦ୍ୟାନ, ମହାକାଳପଡ଼ାରେ ଥିବା ଇଂରେଜ ଅମଳର ହୁକିଟୋଲା, ବତୀଘର, ଆଳିର ପ୍ରସିଦ୍ଧ ବରାହଜୀୟୁ ମନ୍ଦିର ସହ ରାଜକନିକା ବ୍ଲକ ଅଧିନରେ ଥିବା କବାଟଶୁନ୍ୟ ଗାଁ ଶିଆଳିଆ ଓ କନିକା ରାଜାପ୍ରାସାଦ ବୁଲିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ଆଗମନ ଜିଲ୍ଲାର ଅର୍ଥନୀତି ବିକାଶ ଦିଗରେ ଯଥେଷ୍ଟ ସହାୟକ ହେବ ।"
- ସର୍ବସାଧାରଣ ସ୍ଥାନକୁ ପରିଛନ୍ନ ରଖିବା ପାଇଁ ନିବେଦନ:
ପ୍ରବାସୀ ଭାରତୀୟଙ୍କ ଆଗମନ ଅବସରରେ ପ୍ରତ୍ୟେକ ଜିଲ୍ଲାରେ ଆଜି ଏବଂ ଗତକାଲି ସମସ୍ତ ରେଳଷ୍ଟେସନ, ବସଷ୍ଟାଣ୍ଡ, ଡାକ୍ତରଖାନା, ସର୍ବସାଧାରଣ ସ୍ଥାନ ଆଦିକୁ ସଫେଇ ରଖିବା ସହ "ଅପାର ସମ୍ଭାବନାକୁ ବାସ୍ତବ ରୂପ" ଦେବା ପାଇଁ ସମସ୍ତେ ସହଭାଗୀ ହେବା ପାଇଁ ବିଜେପି ପକ୍ଷରୁ ନିବେଦନ କରାଯାଇଛି । ଏହାସହ ଓଡ଼ିଶାର ଚାଲି ଚଳଣି, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସୁସ୍ୱାଦୁ ଖାଦ୍ୟର ଅପାର ଆନନ୍ଦକୁ ପ୍ରବାସୀ ଭାରତୀୟ ଆନନ୍ଦ ଉଠାଇବାର ଥିବାରୁ ଏଥିପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
- କାଲି ପହଞ୍ଚିଥିଲେ ଜୟଶଙ୍କର
ଆଜିଠାରୁ ପ୍ରବାସୀ ଅତିଥିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି । ଗତକାଲି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ମଧ୍ୟ ଭୁବନେଶ୍ବରରେ ପହଞ୍ଚିଥିଲେ । ପ୍ରବାସୀମାନେ ପୁରୀ କୋଣାର୍କ ଆଦି ସ୍ଥାନରେ ପରିଭ୍ରମଣ କରିବା ଆରମ୍ଭ କରିସାରିଲେଣି ।
ଇଟିଭି ଭାରତ, କେନ୍ଦ୍ରାପଡା