ହାଇଦ୍ରାବାଦ: ମୋଟୋରୋଲା ଭାରତରେ ନୂଆ ବଜେଟ ସ୍ମାର୍ଟଫୋନ Moto G05କୁ ଲଞ୍ଚ କରିଛି । ଏହାର ପୂର୍ବ ମଡେଲ Moto G04 ଗତବର୍ଷ ଫେବୃଆରୀରେ ଲଞ୍ଚ ହୋଇଥିଲା । ନୂଆ ସ୍ମାର୍ଟଫୋନରେ କମ୍ପାନୀ ଏକ ଭେଗାନ୍ ଲେଦର ଡିଜାଇନ ଦେଇଥିବା ବେଳେ ଚିପସେଟ୍, କ୍ୟାମେରା ଓ ବ୍ୟାଟେରୀକୁ ମଧ୍ୟ ଅପଗ୍ରେଡ କରିଛି । ଯେଉଁମାନେ 10ହଜାର ଟଙ୍କା ଭିତରେ ମୋବାଇଲ କିଣିବାକୁ ଚାହୁଁଛନ୍ତି, ଏହି ଫୋନ ଭଲ ଅପସନ ହୋଇପାରେ ।
Wait for the Best Entry Level phone is over🥳The #MotoG05 brings you the segment’s brightest 6.67" 1000nits display with gorilla glass 3 protection & is powered with dual stereo speakers.#MastHai
— Motorola India (@motorolaindia) January 7, 2025
Sale starts 13 Jan at just ₹6,999 @Flipkart|https://t.co/azcEfy2uaW|leading stores
Moto G05 ସ୍ପେଶିଫିକେସନ
ଡିସପ୍ଲେ: ମୋଟୋ ଜି05 ସ୍ମାର୍ଟଫୋନରେ 90Hz ରିଫ୍ରେସ ରେଟ୍ ସହିତ 6.67-ଇଞ୍ଚ HD+ ଡିସପ୍ଲେ ରହିଛି । ଏହାସହିତ 1000nits ବ୍ରାଇଟନେସ୍, ଗରିଲା ଗ୍ଲାସ 3 ପ୍ରୋଟେକ୍ସନ ଓ ୱାଟର ଟଚ୍ ଟେକ୍ନୋଲୋଜି (ସ୍କ୍ରିନ ଓଦା ହୋଇଥିଲେ ବି ଠିକ ଭାବେ କାମ କରେ) ମଧ୍ୟ ଦିଆଯାଇଛି ।
ପ୍ରୋସେସର: ଏହି ସ୍ମାର୍ଟଫୋନ MediaTek Helio G81 Extreme ପ୍ରୋସେସର ସହିତ ଆସିଛି ।
କ୍ୟାମେରା: ଏଥିରେ ପୋର୍ଟ୍ରେଟ୍ ମୋଡ୍ ଓ ଅଟୋ ନାଇଟ ଭିଜନ ଫିଚର ଥିବା 50MP ପ୍ରାଇମେରି କ୍ୟାମେରା ଓ ସେଲ୍ଫି ଲାଗି 8MP କ୍ୟାମେରା ଦିଆଯାଇଛି ।
ବ୍ୟାଟେରୀ ଓ ଚାର୍ଜିଂ: ମୋଟୋ ଜି05 ସ୍ମାର୍ଟଫୋନ 5,200mAh ବ୍ୟାଟେରୀ ସହିତ ଆସିଛି, ଯାହାକି 18W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଫୋନଟି ଥରେ ଚାର୍ଜ ହେଲେ 2ଦିନ ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ଦାବି କରିଛି ।
ସଫ୍ଟୱେର: ଏହି ସ୍ମାର୍ଟଫୋନଟି Android 15 ସହିତ ଚାଳିତ । ଏହାସହିତ ଫୋନଟି 2ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ ସହ ଆସିଛି ।
ଅନ୍ୟାନ୍ୟ ଫିଚର: ଧୂଳି ଓ ପାଣିରୁ ରକ୍ଷା ପାଇବା ଲାଗି IP52 ରେଟିଂ, Dolby Atmos ସହ ଡୁଆଲ ଷ୍ଟେରିଓ ସ୍ପିକର ଏବଂ USB ଟାଇପ-ସି ପୋର୍ଟ ରହିଛି ।
#MotoG05— the best entry level smartphone with unmatchable entertainment. Experience breathtaking visuals and extra-ordinary sound, with the segment's best 6.67" 1000nits display.#MastHai
— Motorola India (@motorolaindia) January 7, 2025
Sale starts 13 Jan at just ₹6,999 @Flipkart | https://t.co/azcEfy2uaW | leading stores.
Moto G05: ଦାମ ଓ କେଉଁଠୁ କିଣିବେ
- ଭାରତରେ Moto G05ର ଦାମ 4GB + 64GB ଭାରିଏଣ୍ଟ ଲାଗି Rs 6,999 ଟଙ୍କା ରହିଛି ।
- ଏହି ସ୍ମାର୍ଟଫୋନ ଦୁଇଟି କଲର ଅପସନ୍ Plum Red ଓ Forest Green ସହିତ ଆସିଛି ।
- ଉଭୟ କଲର ଭାରିଏଣ୍ଟ ଏକ ଭେଗାନ୍ ଲେଦର ଫିନିଶ ସହିତ ଆସିଛି ।
- ଗ୍ରାହକ Moto G05କୁ Flipkartରୁ ଜାନୁଆରୀ 13 ତାରିଖ ମଧ୍ୟାହ୍ନ 12ଟାରୁ କିଣିପାରିବେ ।
Moto G05: ଏଥିରେ କଣ ନୂଆ ?
ଭାରତରେ Moto G04 ସ୍ମାର୍ଟଫୋନ ପରେ Moto G05କୁ ଲଞ୍ଚ କରାଯାଇଛି । ପୂର୍ବ ମଡେଲ ଅପେକ୍ଷା ନୂଆ ସ୍ମାର୍ଟଫୋନରେ ବଡ଼ ଡିସପ୍ଲେ ଦିଆଯାଇଛି, ଯାହାକି ସ୍କ୍ରାଚ ଓ ହାତରୁ ପଡ଼ିଗଲେ ମଧ୍ୟ ସୁରକ୍ଷିତ ରହିବ । ଏହାସହିତ ଉଭୟ ଆଗ ଓ ପଛ କ୍ୟାମେରାକୁ ଅପଗ୍ରେଡ କରାଯାଇଛି । ଏହାବାଦ୍ ଫାଷ୍ଟର ଚିପସେଟ୍ ଦିଆଯାଇଛି । କିନ୍ତୁ ସ୍ମାର୍ଟଫୋନର ଡିଜାଇନ ଭେଗାନ୍ ଲେଦର ଫିନିଶ ସହିତ ସମାନ ରହିଛି ।