ETV Bharat / state

ବଦଳିଛି ଓଡ଼ିଶା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର - PRAVASI BHARATIYA DIVAS

ମହାବାତ୍ୟା ସମୟର ସ୍ଥିତି ମନେ ପକାଇଲେ । କହିଲେ ସ୍ଥିତି ବଦଳିଛି । ବିଶ୍ବରେ ଭାରତର ଗୁରୁତ୍ବ ବଢୁଛି । ସ୍ବାସ୍ଥ୍ୟ ଓ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖି ଆମେ ଗର୍ବିତ ।

ବଦଳିଛି ଓଡିଶା; ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର
ବଦଳିଛି ଓଡିଶା; ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର (ETV Bharat Odisha)
author img

By ETV Bharat Odisha Team

Published : 18 hours ago

ଭୁବନେଶ୍ବର:1999 ମହାବାତ୍ୟାରେ ବିଧ୍ୱସ୍ତ ଓଡିଶା ଏବେ ନୂଆ ରୂପ ପାଇଛି । ଫଳରେ ପ୍ରବାସୀ ଭାରତୀୟ ଦିବସ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ଓଡିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଦେଶ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ବାଟ ଆଗକୁ ଯାଇଛି । ରୋବଟିକ୍ସି ନି ରିପ୍ଲେସମେଣ୍ଟ ଭଳି ହାଇ ଏଣ୍ଡ ଟ୍ରିଟମେଣ୍ଟ ବିକଶିତ ଦେଶ ଭଳି ଭାରତରେ ସମ୍ଭବ ହୋଇଛି ବୋଲି କହିଛନ୍ତି, ଦୁବାଇ ଓ ଲଣ୍ଡନରେ ଅବସ୍ଥାପିତ ଦୁଇ ପ୍ରବାସୀ ଭାରତୀୟ ଡାକ୍ତର ।

  • ମହାବାତ୍ୟା ସମୟର ଅନୁଭୂତି ମନେ ପକାଇଲେ ପ୍ରବାସୀ

ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛନ୍ତି ଆଣ୍ଠୁ ଗଣ୍ଠି ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ଆଜମ ଖାନ । ମୁଳତଃ ବିହାର ବାସିନ୍ଦା ଡାକ୍ତର ଖାନ ଦୀର୍ଘ ବର୍ଷ ହେବ ଦୁବାଇରେ ଅବସ୍ଥାପିତ । ପୂର୍ବରୁ ସେ ଓଡିଶା ଗସ୍ତରେ ଆସିଥିବାବେଳେ ଏହା ହେଉଛି ତାଙ୍କର ଦ୍ଵିତୀୟ ଓଡିଶା ଗସ୍ତ । 1999 ମହାବାତ୍ୟାରେ ଏକ ଡାକ୍ତରୀ ପ୍ରତିନିଧିଙ୍କ ସହ ଓଡିଶା ଆସିଥିବା ଆଜମ ପ୍ରବାସୀ ଭାରତୀୟ ଦିବସକୁ ନେଇ ବେଶ ଆଶାବାଦୀ । ସେହିପରି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ପ୍ରବାସୀ ଡାକ୍ତର ଉଦ୍ଧେଶ୍ୱର କୁମାର ସିଂ । ଉଭୟଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଭୁବନେଶ୍ୱର ସମ୍ବାଦଦାତା ଭବାନୀ ଶଙ୍କର ଦାସ

ବଦଳିଛି ଓଡିଶା; ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର (ETV Bharat Odisha)
  • ‘ମହାବାତ୍ଯା ପରେ ଓଡିଶା ଆସିଥିଲି, ଏବେ ସ୍ଥିତି ବଦଳିଛି’

ଡାକ୍ତର ଆଜମ ଖାନ କହିଛନ୍ତି," ପ୍ରଥମ ଥର ମୁଁ 2000 ମସିହାରେ ଓଡିଶା ଆସିଥିଲି । ମୋର ପ୍ରଥମ ଗସ୍ତ 1999 ମହାବାତ୍ୟା ପରେ ହୋଇଥିଲା । ସେତେବେଳେ ଓଡିଶାର ଅବସ୍ଥା ବିଭିନ୍ନ ଦୃଷ୍ଟିକୋଣରୁ ଅଲଗା ଥିଲା । ପ୍ରାକୃତିକ ବିପର୍ଯ୍ୟୟ ପରେ ଓଡିଶାର ଅବସ୍ଥା ଖରାପ ଥିଲା । ମୁଁ ଏକ ମେଡ଼ିକାଲ ଟିମ ସହ ଓଡିଶା ଆସିଥିଲି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ କରୁଥିବା ସମୟରେ ଓଡିଶା ଆସିବାର ସୁଯୋଗ ମିଳିଥିଲା । ସେ ସମୟରେ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବା ଓଡିଶାର ସେବା କରିବାର ସୁଯୋଗ ମିଳିଥିଲା । ଏବେ ଓଡିଶାର ବ୍ୟାପକ ପରିବର୍ତ୍ତନ ଦେଖିବାକୁ ପାଉଛି । ଭୁବନେଶ୍ୱର ବହୁତ ଉନ୍ନତି କରିଛି । ବିଭିନ୍ନ ସୁବିଧା ଓ ସୁଯୋଗ ମିଳିବାରେ ଲାଗିଛି । 18 ତମ ପ୍ରବାସୀ ଭାରତୀୟ ଦିବସରେ ଆସିବାକୁ ସୁଯୋଗ ମିଳିଥିବାରୁ ଖୁସି । ଆଗାମୀ 3 ଦିନରେ ଅନେକ କିଛି ଦେଖିବାକୁ ମିଳିବ ।"

  • ପୂର୍ବାପେକ୍ଷା ବିଶ୍ବରେ ଭାରତ ଗୁରୁତ୍ବ ବଢିଛି

ସେ ଆହୁରି ମଧ୍ୟ କହିଛନ୍ତି, "ଉପକୂଳ ଓଡିଶାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ଗସ୍ତ କରିଥିଲୁ । ବିଶେଷ କରି କଟକ ଓ ଆଖପାଖ ଜିଲ୍ଲାରେ କାର୍ଯ୍ୟ କରିଥିଲୁ । ସେବେଠାରୁ ଆଜି ଭିତରେ ଓଡିଶା ମନ ଭିତରେ ରହିଥିଲା । ଏବେ ଆସିବାକୁ ସୁଯୋଗ ମିଳିଛି । ପ୍ରବାସୀଙ୍କୁ ଦେଶ ସହିତ ଯୋଡ଼ିବା ଲାଗି ଅନେକ ପ୍ରୟାସ ହୋଇଛି । ବିଶେଷ କରି ଗତ 10ରୁ 12 ବର୍ଷରେ ଏ ଦିଗରେ ଅନେକ କାର୍ଯ୍ୟ ହୋଇଛି । ସେଥିପାଇଁ ଆମେ ଗର୍ବିତ । ଆମକୁ ଦେଶ ଓ ଦେଶ ବାହାରେ ଗୁରୁତ୍ୱ ମିଳିବାରେ ଲାଗିଛି । ଯାହା ପୂର୍ବରୁ ନଥିଲା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶର ବହୁତ ଉନ୍ନତି ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ହୋଇଛି । ପଶ୍ଚିମ ଦେଶ ସହ ଭାରତ ସମକକ୍ଷ ହେବାରେ ଲାଗିଛି । ରୋବଟିକ୍ସି ନି ରିପ୍ଲେସମେଣ୍ଟ ଭଳି ହାଇ ଏଣ୍ଡ ଟ୍ରିଟମେଣ୍ଟ ବିକଶିତ ଦେଶ ଭଳି ଭାରତରେ ସମ୍ଭବ । ଏହା ଆମ ମାନଙ୍କ ଲାଗି ବଡ଼ ଗର୍ବର କଥା ।"

ଏହା ମଧ୍ୟ ପଢନ୍ତୁ:-

ଏହା ବି ପଢନ୍ତୁ...ଆସିଲେଣି ପ୍ରବାସୀ, ଚିନ୍ତା ବଢାଉଛି ନୂଆ ଭାଇରସ୍‌: କେନ୍ଦ୍ରର ସତର୍କତା ସହ ହେବ ଆୟୋଜନ

ଏହା ମଧ୍ୟ ପଢନ୍ତୁ...ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

  • ଦୂରଦୃଷ୍ଟି ସମ୍ପନ୍ନ ଲୋକେ ଓଡିଶାକୁ ସମୃଦ୍ଧ କରିଛନ୍ତି: ପ୍ରବାସୀ ଡାକ୍ତର ଉଦ୍ଧେଶ୍ୱର

ଡାକ୍ତର ଉଦ୍ଧେଶ୍ୱର କୁମାର ସିଂ କହିଛନ୍ତି, "ଆମେ ଏଠାରେ 3 ଦିନ ଅଛୁ । ବିଶ୍ଵରୁ ଭାରତୀୟ ଆସୁଛନ୍ତି । ପରସ୍ପର ସହିତ ଭାବର ଆଦାନ ପ୍ରଦାନ ହେବ । ଦେଶ ପାଇଁ ଆମେ ଆହୁରି କଣ କରିପାରିବ ସେ ନେଇ ଆଲୋଚନା କରିବୁ । ଲଣ୍ଡନ ଓଡିଶାରୁ ବିଶ୍ଵବିଦିତ ବୈଜ୍ଞାନିକ ସହ ଆଧ୍ୟାତ୍ମିକ ବ୍ୟକ୍ତି ଜନ୍ମ ନେଇଛନ୍ତି । ଦୂରଦୃଷ୍ଟି ସମ୍ପନ୍ନ ଲୋକ ଓଡିଶାକୁ ସମୃଦ୍ଧ କରିଛନ୍ତି । ଓଡିଶାକୁ ବିଶ୍ଵ ସହ ଯୋଡିବା ଲାଗି ବଡ଼ ଚିନ୍ତା କରାଯାଇଛି । ଆମେ କେତେ ଦୃଷ୍ଟି ସମ୍ପର୍ଣ୍ଣ କୋଣାର୍କରୁ ଜଣାପଡ଼ୁଛି । ଏହି କାର୍ଯ୍ୟକ୍ରମ ଓଡିଶାକୁ ବିଶ୍ୱ ସହ ଯୋଡିବା ଲାଗି ଭଲ ପ୍ରୟାସ । ଲଣ୍ଡନରେ ଆମେ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଛୁ । ଆଧ୍ୟାତ୍ମିକ, ଅର୍ଥନୈତିକ, ବୈଜ୍ଞାନିକ ଓ ମାନବିକତା ଦୃଷ୍ଟିରୁ ସମୃଦ୍ଧ ହେଉଛି । ବିହାର ପରି ଓଡିଶାର ଯୁବବର୍ଗ ରାଜ୍ୟ ଛାଡି ବିଦେଶ ଯାଉଛନ୍ତି । ଏହା ଖରାପ ନୁହେଁ । କିନ୍ତୁ ସେଠାରୁ ଶିକ୍ଷା ଓ ତାଲିମ ନେଇ ଦେଶକୁ ଫେରି ଆସିବା ଦରକାର । ଦେଶରେ ସେମାନଙ୍କ ଯୋଗ୍ୟତା ଅନୁସାରେ ନିଯୁକ୍ତି ସୁବିଧା ହେବା ଦରକାର । ଫଳରେ ଓଡିଶା ତଥା ଦେଶର ସମୃଦ୍ଧି ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.