ETV Bharat / state

ସଞ୍ଜ ନଇଁଲେ ଦୁଲୁକୁଛି ରାଜଧାନୀ, ଜାଣନ୍ତୁ କେଉଁଠି ଚାଲିଛି କେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ? - PRAVASI BHARATIYA DIVAS 2025

ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଂସ୍କୃତିକ ମହୋତ୍ସବର ମହାକୁମ୍ଭ। ନାଚଗୀତର ଆସରରେ ଓଡିଶାର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ପାଇବେ ପ୍ରବାସୀ ଭାରତୀୟ ।

Pravasi Bharatiya Divas 2025
Pravasi Bharatiya Divas 2025 (ETV Bharat)
author img

By ETV Bharat Odisha Team

Published : 18 hours ago

ଭୁବନେଶ୍ବର: ସଞ୍ଜ ନଇଁ ଆସିଲେ ଦୁଲୁକୁଛି ରାଜଧାନୀ । ଯୁଆଡେ ଚାହିଁଲେ ସିଆଡେ ଆକର୍ଷଣୀୟ ଆଲୋକୀକରଣ । ଅନ୍ଧାର ହେବା କ୍ଷଣି ଚମକୁଛି ରାଜଧାନୀ ଭୁବନେଶ୍ବର । ସନ୍ଧ୍ୟା ହେଲା ମାତ୍ରେ ସବୁଠି ଭିଡ । କାହିଁକି ନାଁ ଜମୁଛି ନାଚଗୀତର ଆସର । ଶୀତୁଆ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ମଜା ନେଉଛନ୍ତି ରାଜଧାନୀ ବାସୀ । କେଉଁଠି ଗୀତର ତାଳେ ତାଳେ ଝୁମୁଛନ୍ତି ତ ପୁଣି କେଉଁଠି ମନୋମୁଗ୍ଧକର ନାଚରେ ନିଜକୁ ହଜାଇ ଦେଉଛନ୍ତି ଦେଖଣାହାରୀ । ପ୍ରବାସୀ ଭାରତୀୟ ଦିବସ ପାଇଁ ଏତେ ସବୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଂସ୍କୃତିକ ମହୋତ୍ସବର ମହାକୁମ୍ଭ। ପାଖାପାଖି 10ଟି ଉତ୍ସବରେ ନିଜକୁ ମସଗୁଲ କରିବେ ପ୍ରବାସୀ ଭାରତୀୟଙ୍କ ସମେତ ରାଜଧାନୀବାସୀ । ନାଚଗୀତର ଆସରରେ ଓଡିଶାର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ପାଇବେ ପ୍ରବାସୀ ଭାରତୀୟ ।

କେବଳ ଯେ ନୃତ୍ୟଗୀତ ନୁହେଁ ବିଭିନ୍ନ ମେଳା, ମହୋତ୍ସବରେ କମ୍ପୁଛି ରାଜଧାନୀ । ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ରାଜଧାନୀ । କାହିଁକି ନା ପାରମ୍ପାରିକ ଖାଦ୍ୟ ସାଙ୍ଗକୁ ଖୋଲିଛି ଦେଶ ବିଦେଶର ଫୁଡ ଷ୍ଟଲ । ଆଦିବାସୀ ମେଳା ଠୁ ନେଇ ଏକ୍ରାମ ଉତ୍ସବ ପର୍ଯ୍ୟନ୍ତ ସବୁକିଛି ନିଜ ଛାତି ଉପରେ ସ୍ମୃତି କରି ସାଇତି ରଖିବା ପାଇଁ ପ୍ରୟାସ ଚଳାଇଛି ଭୁବନେଶ୍ବର ।

Pravasi Bharatiya Divas
Pravasi Bharatiya Divas (ETV Bharat)

କେଉଁଠି କ’ଣ ଦେଖିବେ ?

ପ୍ରବାସୀ ଭାରତୀୟ ଦିବସ ଆୟୋଜନ ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ । ଏହି ସବୁ ଉତ୍ସବ ଗୁଡିକ ହେଉଛି ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ । ଯାହା ଜାନୁଆରୀ ୭ରୁ ୧୧ ତାରିଖ ଯାଏଁ ଚାଲିବ । ମୁକ୍ତେଶ୍ବର ଡ୍ୟାନ୍ସ ଫେଷ୍ଟିଭାଲ, ଏହା ଜାନୁଆରୀ ୭ରୁ ୧୧ ଯାଏଁ ଆୟୋଜନ ହେବ । ସେହିପରି ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ ଜାନୁଆରୀ ୭ରୁ ୧୧ ଯାଏଁ ଚାଲିବ । ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ ଜାନୁଆରୀ ୭ରୁ ୧୧ ଯାଏଁ ଚାଲିବ । ସେହିଭଳି ଆଦିବାସୀ ମେଳା ଜାନୁଆରୀ ୫ରୁ ୧୫ ଯାଏଁ ରହିବ । ଚିଲିକା ବାର୍ଡ ଫେଷ୍ଟିଭାଲ ମଧ୍ୟ ଜାନୁଆରୀ ୬ରୁ ୧୨ ତାରିଖ ଯାଏଁ ଆୟୋଜନ ହେବ । ଫ୍ଲାୱାର ସୋ ଜାନୁଆରୀ ୭ରୁ ୧୧ ଯାଏଁ ପ୍ରଦର୍ଶିତ ହେବ । ସେହିପରି ଫୁଡ ଫେଷ୍ଟ ଓ ନାଇଟ ଫ୍ଲି ମାର୍କେଟ ଜାନୁଆରୀ ୮ରୁ ୧୦ ଯାଏଁ ଚାଲିବ ।

Pravasi Bharatiya Divas 2025
Pravasi Bharatiya Divas 2025 (ETV Bharat)

ମୁକ୍ତେଶ୍ବର ନୃତ୍ୟ ମହୋତ୍ସବ

ରାଜଧାନୀରେ ଆରମ୍ଭ ହୋଇଛି ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ। ଏହି ମହୋତ୍ସବ ୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁକ୍ତେଶ୍ୱର ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ୟ ଶିଳ୍ପୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ସହ କଣ୍ଠଶିଳ୍ପୀମାନେ ମଧ୍ୟ ସଂଗୀତ ପରିବେଷଣ କରିବେ। ଏହି ସମୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ମହୋତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖା ଯାଇଛି। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗ ଦେଇ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦଘାଟନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀ ଆଦି ଯୋଗ ଦେଇ ନୃତ୍ୟ ଓ ସଂଗୀତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଥମ ଦିନରେ ଅର୍ଥାତ ମଙ୍ଗଳବାର ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡାଙ୍କ ଦ୍ୱାରା ହର ହର ଶମ୍ଭୁ ସଂଗୀତ ପରିବେଷଣ କରାଯାଇଥିଲା। ଏହାପରେ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକ ଓମ୍ ଧେୟମ୍ ନିତ୍ୟମ୍ ମହେଶମ୍ ମଙ୍ଗଳାଚରଣ, ରାଗଶ୍ରୀ ପଲ୍ଲବୀ, ଶିବାଷ୍ଟକମ୍ ଓଡ଼ିଶୀ ନୃତ୍ୟରେ ପ୍ରଭୁଙ୍କ ବନ୍ଦନା କରିବା ସହ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ନିତ୍ୟାନନ୍ଦ ଦାସ ଓ ବିଜୟ କୁମାର ଦାଶଙ୍କ ଦ୍ୱାରା ଦ୍ୱେତ ଓଡ଼ିଶୀ ଏବଂ ପୁଷ୍ପିତା ମିଶ୍ର ଓ ଗ୍ରୁପ ଦ୍ୱାରା ପ୍ରଦର୍ଶିତ ଦଳଗତ ଓଡ଼ିଶୀ ନୃତ୍ୟ ମଧ୍ୟ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଅଧିକ ପଢନ୍ତୁ ସଂଗ୍ରହାଳୟରେ ୯ ନୂଆ ଗ୍ୟାଲେରୀ, ପିଠା-ମିଠାର ମଜା ନେବେ ପ୍ରବାସୀ

ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ସେପଟେ କମ୍ପୁଛି ରବୀନ୍ଦ୍ର ମଣ୍ଡପ। ରବୀନ୍ଦ୍ର ମଣ୍ଡପରେ ମଙ୍ଗଳବାର ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଘାଟନୀ ହୋଇଯାଇଛି। ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ପ୍ରାୟ ୩୫୦ରୁ ଅଧିକ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଏକକ, ଦ୍ୱେତ ଓ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଏହି ସମୟ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ଉତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ଝଲକ ଦେଖିପାରିବେ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଏହି ଉତ୍ସବ ହୋଇଛି। ଉଦଘାଟନୀ ସନ୍ଧ୍ୟାରେ ସୁବିଖ୍ୟାତ ସଂଗୀତ ଶିଳ୍ପୀ ଶ୍ୟାମାମଣୀ ଦେବୀ, ବିଶିଷ୍ଟ ସଂସ୍କୃତ ବିଶାରଦ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ବିଶିଷ୍ଟ ନୃତ୍ୟଶିଳ୍ପୀ କୁମ୍‍କୁମ୍‍ ମହାନ୍ତି ଶ୍ରୀରାମ ବନ୍ଦନା ଏବଂ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ୟାମୀ ହେ ଉପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଏକକ, ଦ୍ୱେତ ଓ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଏହାସହ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ବିଶେଷତ୍ବ ଉପରେ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଉଦଘାଟିତ ହୋଇଥିଲା।

ରାଜାରାଣୀ ସଙ୍ଗୀତ ମହୋତ୍ସବ

ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ରୁ ଆରମ୍ଭ ହୋଇଯାଇଛି ରାଜାରାଣୀ ସଂଗୀତ ମହୋତ୍ସବ। ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣରେ ପ୍ରକମ୍ପିତ ହୋଇଥିଲା ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ।

ଏହି ମହୋତ୍ସବ 7 ଜାନୁଆରୀରୁ ଆରମ୍ଭ ହୋଇ ଆସନ୍ତା ୧୧ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ କଣ୍ଠଶିଳ୍ପୀମାନେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିବା ସହ ବିଭିନ୍ନ ବାଦ୍ୟ ଦ୍ୱାରା ମଧ୍ୟ ସଂଗୀତକାରମାନେ ସଂଗୀତ ପରିବେଷଣ କରିଥିଲେ। ରାଜଧାନୀରେ ଏହି ସମୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଛୁଟି ଆସିଥିବା ଅତିଥିମାନେ ମଧ୍ୟ ଏହି ମହୋତ୍ସବ ମାଧ୍ୟମରେ ଓଡିଶାର ଗୌରବ ଗାଥା ଜାଣିପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।

Pravasi Bharatiya Divas
Pravasi Bharatiya Divas (ETV Bharat)

ଉଦଘାଟନୀ ସମାରୋହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅତିଥି ଭାବେ ଯୋଗଦେଇ ସଂଗୀତ ଉତ୍ସବ ଉଦ୍ଘାଟନ କରିଥିବା ବେଳେ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ସତ୍ୟବ୍ରତ କାଠ ଓ ଗ୍ରୁପ ଓଡ଼ିଶୀ ସଂଗୀତ ଓ କିରୱାନୀ ରାଗରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିବାବେଳେ ମହେଶ ବିନାୟକରାମ ଏବଂ ଗ୍ରୁପଙ୍କ ଦ୍ୱାରା କର୍ଣ୍ଣାଟକୀ ସଂଗୀତ ପରିବେଷଣ କରାଯାଇଥିଲା।

ଏକ୍ରାମ କାନନ ଫ୍ଲାୱାର ଶୋ’

ଵଟାନିକାଲ ଏକାମ୍ର କାନନ ପାର୍କରେ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନର ମିଳିତ ଅନୁକୁଲ୍ୟରେ ପୁଷ୍ପ ପଦର୍ଶନୀ ଚାଲିଛି। ଜାନୁଆରୀ 6 ରୁ ୧୧ ତାରିଖ ଯାଏଁ ଚାଲିବ ଏହି ପୁଷ୍ପ ପ୍ରଦର୍ଶନୀ । ପୁଷ୍ପ ପ୍ରଦର୍ଶନୀ ରେ ବିଭିନ୍ନ ପ୍ରକାର ଫୁଲ, ଅଳଙ୍କାରିକ ପଟରଗଛ , କଟ ଫ୍ଲାୱାର ବା କଟା ଫୁଲ , ବନସାଇ, ଅର୍କିଡ଼, କାକଟସ , ସକୁଲେଣ୍ଟ ପ୍ରଦର୍ଶନୀ କରାଯାଉଛି । ଏହି ପ୍ରଦର୍ଶନୀରେ ଭିନ୍ନ ଭିନ୍ନ କିସମର ପୁଷ୍ପ କୁ ପ୍ରଦର୍ଶିତ କରିବା ସହ ପ୍ରଜାପତି, ମୟୁର ଓ ବୀଣା ଭଳି ନାନାଦି ଜିନିଷକୁ ଫୁଲ ରେ ତିଆରି କରାଯାଇଛି। ଯାହା ରାଜଧାନୀବାସୀଙ୍କ ସହ ପ୍ରବାସୀ ଭାରତୀୟଙ୍କ ମନ ମୋହିବା ନେଇ ଆଶା କରାଯାଉଛି। ବିଶେଷ ଆକର୍ଷଣ ସାଜିଛି ଫଡାରେ ତିଆରି କଣ୍ଢେଇ ପ୍ରଜାପତି ଓ ଫୁଲରେ ତିଆରି ଜଗନାଥଙ୍କ ମନ୍ଦିର ପ୍ରାଙ୍ଗଣ। ଶିଳ୍ପୀର ତୁଳିରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାରକୁ ନେଇ ଚିତ୍ରିତ ଚାଦର ଘୋଡାଇ ଧରଣୀରାଣୀ ଶୋଇଥିବାର ଭ୍ରମ ସୃଷ୍ଟି କରୁଛି ଏହି ପଦର୍ଶନୀ । ସେପଟେ ମନ ଜିଣୁଛି ନାଲି ହଳଦିଆ ପିଙ୍କ ଗୋଲାପ । ଡାଲିଆର ଡଉଲଡାଉଲ ରୂପରେ ବିମୋହିତ ଦର୍ଶକ । ସେବତୀ , ଗେଣ୍ଡୁ, ଜରବେର।, ଜିନିଆ , କାଲେନଡୁଲା , ଲିଲିୟମ୍ ,ଗ୍ଲାଡିଓଲି , ଆନଥୁରିୟମ୍ , ସାଲଭିଆ ଆଣ୍ଟିରିନିୟମ୍ ପରି ଭଲି ଭଲି କି ଫୁଲ ବେଶ୍ ମନଲୋଭା । ପାଖାପାଖି ୭୦ ଟି ଷ୍ଟଲ ଲାଗିଥିବା ବେଳେ ବହୁ ପ୍ରକୃତି ପ୍ରେମୀ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଷ୍ଟଲଗୁଡିକରେ ଭଳିକି ଭଳି ଜଙ୍ଗଲଜାତ ଗଛ ସହ ବିଭିନ୍ନ ଚାରା ଗୁଡିକ ବିକ୍ରି ହେଉଥିବା ବେଳେ ୩ ଦିନ ବଦଳରେ ୫ ହେଉଥିବାରୁ ଏଥର ପ୍ରଦର୍ଶନୀ ଭଲ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ।

Pravasi Bharatiya Divas
Pravasi Bharatiya Divas (ETV Bharat)

ଜାନୁଆରୀ 16 ଯାଏଁ ଆଦିବାସୀ ମେଳା

ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ପ୍ରବାସୀ ଭାରତୀୟ ଦିବସ ପାଇଁ ଏଥର ଆଗୁଆ ଆୟୋଜନ ହୋଇଛି ପ୍ରବାସୀ ଆଦିବାସୀ ମେଳା । ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ମେଳାକୁ ଚଳିତ ଥର ପୂର୍ବାପେକ୍ଷା ବ୍ୟାପକ ଭାବେ ଆୟୋଜନ କରାଯାଇଛି । ଗ୍ରାଉଣ୍ଡରେ ଅସ୍ଥାୟୀ ଭାବେ ଆଦିବାସୀ ଗ୍ରାମ ସୃଷ୍ଟି କରାଯାଇଛି । ଏଥର ମୋଟ ୧୪୭ଟି ଷ୍ଟଲ ଲାଗିଛି । ସେଥିମଧ୍ୟରୁ ୧୫ଟି ଷ୍ଟଲରେ ଲାଇଭ୍‌ ଡେମୋନଷ୍ଟ୍ରେସନ ମଧ୍ୟ ପ୍ରଦର୍ଶିତ ହେଉଛି । ସେହିପରି ପ୍ରାୟ ୪୦ଟି ଷ୍ଟଲରେ କଳା ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି । ଏହା ସହ ଜନଜାତି ଲୋକକଳା, ସେମାନଙ୍କ ସଂସ୍କୃତି ଓ ସଂଗ୍ରାମକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହେଉଛି । ପ୍ରଥମ ସଂଧ୍ୟାରେ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଜନଜାତି ସଂସ୍କୃତିକୁ ପାଖରୁ ଦେଖିବା ସହ ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା କିଣି ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.