ETV Bharat / entertainment

ଏହି ଦିନ ପୁଣି ରିଲିଜ ହେବ ହ୍ରିତିକ-ଅମୀଷାଙ୍କ ଡେବ୍ୟୁ ଫିଲ୍ମ, ଜିତିଥିଲା 92 ଆୱାର୍ଡ - KAHO NAA PYAAR HAI RE RELEASE

ହ୍ରିତିକ ରୋଶନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି । ପୁଣି ରିଲିଜ ହେଉଛି ହ୍ରିତିକଙ୍କ ଡେବ୍ୟୁ ହିଟ୍ ଫିଲ୍ମ । ଯାହା 92 ପୁରସ୍କାର ଜିତି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସ୍ଥାନ ପାଇଥିଲା।

kaho naa pyaar hai to re release
kaho naa pyaar hai to re release (film poster)
author img

By ETV Bharat Entertainment Team

Published : 23 hours ago

ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଡେବ୍ୟୁ ଫିଲ୍ମ 25 ବର୍ଷ ପରେ ପରଦାରେ ପୁଣି ରିଲିଜ ହେବାକୁ ଯାଉଛି । ଅଭିନେତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ଫିଲ୍ମ ସହ ଦର୍ଶକଙ୍କୁ ଭେଟି ଦେଉଛନ୍ତି । ଅର୍ଥାତ୍ ଜାନୁଆରୀ 10ରେ ହ୍ରିତିକ ରୋଶନ ତାଙ୍କ 50ତମ ଜନ୍ମଦିନ ପାଳନ କରବେ । ଏହି ସମୟରେ ତାଙ୍କ ରୋମାଣ୍ଟିକ ଫିଲ୍ମ ଥିଏଟରରେ ପୁଣି ରିଲିଜ ହେବ । 2000 ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ଧାମକା କରିଥିଲା । କେବଳ ଏତିକି ନୁହେଁ 92 ପୁରସ୍କାର ଜିତି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ନିଜ ନାଁରେ କରିଥିଲା । ତେବେ ଜାଣନ୍ତୁ ସେହି ଫିଲ୍ମ କ'ଣ ?

ପୁଣି ରିଲିଜ ହେବ ହ୍ରିତିକ-ଅମୀଷାଙ୍କ ଡେବ୍ୟୁ ଫିଲ୍ମ

ଏହି ଫିଲ୍ମର ନାଁ 'କହୋ ନା ପ୍ୟାର ହେ' । ରାକେଶ ରୋଶନଙ୍କ ନିର୍ଦ୍ଦେଶିତ 'କହୋ ନା ପ୍ୟାର ହେ' 14 ଜାନୁଆରୀ 2000 ରେ ମୁକ୍ତିଲାଭ କରିଥିଲା । ଏହି ବ୍ଲକବଷ୍ଟର ଚଳଚ୍ଚିତ୍ର ସହ ହ୍ରିତିକ ଏବଂ ଅମୀଷା ପଟେଲ ରାତାରାତି ଲୋକପ୍ରିୟତା ଏବଂ ଷ୍ଟାରଡମ୍ ହାସଲ କରିଥିଲେ । ଏହି ଫିଲ୍ମ ସହ ଅମୀଷ ଓ ହ୍ରିତିକ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ଗୀତଗୁଡିକ 'କହୋ ନା ପ୍ୟାର୍ ହେ' ଏବଂ 'ନା ତୁମ୍ ଜାନୋ ନା ହମ୍' ବଡ଼ ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଫରିଦା ଜଲାଲ, ସତୀଶ ଶାହା, ମୋହନିଶ ବାହଲ, ଦଲିପ ତାହିଲ, ଆଶିଷ ବିଦାର୍ଥୀ ଏବଂ ଭ୍ରାଜେଶ ହିରଜୀଙ୍କ ସମେତ ଏକ ଷ୍ଟାରର କାଷ୍ଟ ଅଭିନୟ କରିଥିଲେ। ବର୍ତ୍ତମାନ ହ୍ରିତିକଙ୍କ ଜନ୍ମଦିନରେ ପୁଣି ଥରେ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ।

ଖୁସିବ୍ୟକ୍ତ କଲେ ହ୍ରିତିକ ରୋଶନ

ଅଭିନେତା ହ୍ରିତିକ ରୋଶନ ନିଜର ଖୁସିବ୍ୟକ୍ତ କରି କହିଛନ୍ତି ଯେ 'କହୋ ନା ପ୍ୟାର ହେ' 25 ବର୍ଷ ପୂରଣ କରିଛି ଜାଣି ବହୁତ ଭଲ ଲାଗିଲା । ଏହି ମାଇଲଖୁଣ୍ଟ ଉଭୟ ନମ୍ର ଏବଂ ପ୍ରେରଣାଦାୟକ ଅଟେ । ଗତ ଅଢେଇ ଦଶନ୍ଧି ଧରି ପ୍ରତିଦିନ ଅଭିନେତା ହେବାର ମୋର ସ୍ୱପ୍ନକୁ ବଞ୍ଚିବାର ସୁଯୋଗ ପାଇବା ପ୍ରକୃତରେ ଏକ ଆଶୀର୍ବାଦ ଅଟେ । 'କହୋ ନା ପ୍ୟାର୍ ହେ' ମୋର ପ୍ରଥମ ଚଳଚ୍ଚିତ୍ର ଥିଲା ଏବଂ ଏହା ମୋ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।'

ଏହା ମଧ୍ୟ ପଢନ୍ତୁ: 'ୱାର ୨' ସେଟରୁ ହ୍ରିତିକ-ଏନଟିଆରଙ୍କ ଫଟୋ ଲିକ୍, ଆକ୍ସନ ଅବତାର ଦେଖି ଉତ୍ସାହିତ ଫ୍ୟାନ୍ସ

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲା ଏହି ଫିଲ୍ମ

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ର 92 ପୁରସ୍କାର ହାତେଇଥିଲା । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ରର ନାମ 'ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍'ରେ ମଧ୍ୟ ରେକର୍ଡ ହୋଇଛି । ଏହି ଚଳଚ୍ଚିତ୍ର 2000ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା । ଏହି ଫିଲ୍ମ ବକ୍ସ ଅଫିସରେ 276.87 କୋଟି ଟଙ୍କା ଆୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.