ETV Bharat / state

ପର୍ଯ୍ୟାପ୍ତ ସମ୍ଭାବନା ଅଛି, ଓଡ଼ିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ - YOUTH PRAVASI BHARATIYA DIVAS

ଯୁବ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଜୟଶଙ୍କରଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ।

ଓଡିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ
ଓଡିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ (ETV Bharat odisha)
author img

By ETV Bharat Odisha Team

Published : Jan 8, 2025, 4:31 PM IST

Updated : Jan 8, 2025, 5:25 PM IST

ଭୁବନେଶ୍ବର: ଜନତା ମୈଦାନରେ ଆଜିଠୁ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ ଆରମ୍ଭ ହୋଇଛି । ତିନିଦିନିଆ ସମ୍ମିଳନୀର ପ୍ରଥମ ଦିନରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’ ଉଦଘାଟିତ୍‌ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ ଓ୍ୱିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଦେବ ପ୍ରଗଡ ଯୋଗ ଦେଇଛନ୍ତି ।

  • ପ୍ରବାସୀମାନେ ଭାରତର ସାଂସ୍କୃତିକ ରାଜଦୂତ: ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇରହିବ । ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ । ପ୍ରବାସୀ ଭାରତୀୟ ଆମର ସାଂସ୍କୃତିକ ରାଜଦୂତ ଓ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି । ଦେଶ ବହାରେ ସେମାନଙ୍କ ଉତ୍କର୍ଷରେ ଆମେ ଗର୍ବିତ । ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ, ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ।

ଯୁବ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ଜୟଶଙ୍କର (ETV Bharat odisha)
  • ଓଡିଶାରେ ପର୍ଯ୍ୟାପ୍ତ ସମ୍ଭାବନା, ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏ ସବୁରେ ପୁଞ୍ଜି ନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ଦରକାର । ଉଦ୍ୟୋଗପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲ. ଏନ, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା, ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-

ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

  • ଜନ୍ମମାଟି ପ୍ରତି ପ୍ରବାସୀଙ୍କର ସର୍ବଦା ଆତ୍ମୀୟତା ଥାଏ: ଜୟଶଙ୍କର

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ.ଜୟଶଙ୍କର କହିଛନ୍ତି,"ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ, ଡ୍ରୋନ, ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ।

ଏହା ମଧ୍ୟ ପଢନ୍ତୁ :-

ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ - PRAVASI BHARATIYA DIVAS

ଆସିଲେଣି ପ୍ରବାସୀ, ଚିନ୍ତା ବଢାଉଛି ନୂଆ ଭାଇରସ୍‌: କେନ୍ଦ୍ରର ସତର୍କତା ସହ ହେବ ଆୟୋଜନ

  • ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଅନୁଭବ ନେଇ ସ୍ବଦେଶ ଫେରିଥିଲେ: ମାଣ୍ଡବ୍ୟ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, "୧୧୦ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ । ବର୍ଣ୍ଣ ବୈଷମ୍ୟ, ମାନବାଧିକାର, ବିକାଶ ବାଧକତା ଇତ୍ୟାଦି ସମସ୍ୟାର ସମାଧାନରେ ବିପୁଳ ଅଭିଜ୍ଞତା ଆହରଣ କରି ଆସିଥିବା ଗାନ୍ଧିଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ସମ୍ଭବ ହୋଇଥିଲା । ସେହିପରି ପ୍ରବାସୀ ଭାରତୀୟମାନେ ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏକ ‘ବିକଶିତ ଭାରତ’ର ନିର୍ମାଣରେ ଅଂଶୀଦାର ହୋଇପାରିବେ ।"

ଓଡିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ
ଓଡିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ (ETV Bharat odisha)
  • ‘ବିକଶିତ ଭାରତ’ର ଭିଜନରେ ସହାୟକ ହେବ ଏହି ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ମାର୍ଘେରିଟ

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଛନ୍ତି, "ଏହି ସମ୍ମିଳନୀ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ସାଙ୍ଗକୁ ପୋଷଣୀୟ ବିକାଶ ଲକ୍ଷ୍ୟର ଉପାଦାନଗୁଡ଼ିକର ବିସ୍ତାର ପୂର୍ବକ ବିକଶିତ ଭାରତର ରୋଡମ୍ୟାପକୁ ସମ୍ପୂର୍ଣ୍ଣ ରୂପାୟିତ କରିବ । ନ୍ୟୁଜ୍ ଓ୍ୱିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତୀୟ ବଂଶୋଦ୍ଭବ ଡଃ. ପ୍ରଗଡ ନିଜ ସଫଳ ଯାତ୍ରା ସଂପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ ସଂଗଠନ ଅନେକ ସୋପାନ, ନେତୃତ୍ୱ ଓ ଡିଜିଡାଲ ଅଭିନବତ୍ୱ ଗ୍ରହଣ କରି ଆଜି ବିଶ୍ୱର ଅନ୍ୟତମ ବହୁଳ ପ୍ରସାରିତ ପ୍ରକାଶନ ସଂସ୍ଥା ଭାବରେ ଆଦୃତି ଅର୍ଜନ କରିଛି । ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର ସେତୁକୁ ଦୃଢ କରିଛି ବୋଲି ସେ କହିଛନ୍ତି । ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟ, ବିଭିନ୍ନ ରାଜ୍ୟରୁ ଆଗତ ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ଓ ଉଦ୍ୟୋଗୀବୃନ୍ଦ ଉପସ୍ଥିତ ଥିଲେ ।

ଆଜିଠୁ 3 ଦିନିଆ ପ୍ରବାସୀ ମହାକୁମ୍ଭ:

ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭ । ଆସନ୍ତାକାଲି(9 ଜାନୁଆରୀ) ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏହା ପରେ ଉଦଯାପନୀ(10 ଜାନୁଆରୀ)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ 3000ରୁ ଊର୍ଦ୍ଧ୍ବ ପ୍ରବାସୀ ସାମିଲ ହୋଇଛନ୍ତି । ଓଡ଼ିଶାର କଳା ସଂସ୍କୃତିକୁ ପାଖରୁ ଦେଖିବା ସହ କିପରି ସୁଖଦ ଅନୁଭୂବ ନେଇ ଫେରିବେ ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

କେଉଁ ଦିନ କଣ କାର୍ଯ୍ୟକ୍ରମ ?

ପ୍ରଥମ ଦିନ( 8 ଜାନୁଆରୀ):

ଆଜି ପ୍ରଥମ ଦିନରେ ‘ଦରିଆପାରି: ବୈଶ୍ବିକ ପୃଥିବୀରେ ପ୍ରବାସୀ-ଯୁବ ଭାରତୀୟ’ ଶୀର୍ଷକରେ ଆଲୋଚନା କରାଯାଇଛି । ଏଥିସହ ଓଡ଼ିଶାର ନିବେଶ ସୁଯୋଗ ନେଇ ମଧ୍ୟ ଆଲୋଚନା କରାଯାଇଛି । ଏହା ପରେ ସନ୍ଧ୍ୟା 7ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।

ଦ୍ବିତୀୟ ଦିନ(9 ଜାନୁଆରୀ)

ଆସନ୍ତାକାଲି ସମ୍ମିଳନୀର ଦ୍ବିତୀୟ ଦିନ । ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ମୁଖ୍ୟ ଅତିଥି ଭାବେ ତ୍ରିନିନାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ କାର୍ଲ କାଙ୍ଗାଲୁ ଯୋଗ ଦେବେ । ପୂର୍ବାହ୍ନ 10ରୁ 11.30 ପର୍ଯ୍ୟନ୍ତ ଉଦଘାଟନ କାର୍ଯ୍ୟକ୍ରମ । ଅପରାହ୍ନ 2.30ରୁ 4ଟା, 4.15ରୁ 5.45 ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ପରେ ସନ୍ଧ୍ୟା 7ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ତୃତୀୟ ଦିନ ବା ଉଦଯାପନୀ (10 ଜାନୁଆରୀ)

ଆସନ୍ତା 10ରେ ଏହାର ଉଦଯାପନୀ କାର୍ଯ୍ୟକ୍ରମ ରହିଛି । ଏଥିରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦଯାପନୀ ଦିନ 27 ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ସକାଳ 9.30ରୁ 12.45 ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ଅପରାହ୍ଣ 3ଟାରୁ 4.40 ପର୍ଯ୍ୟନ୍ତ ପ୍ରବାସୀ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ ।

ସୁରକ୍ଷା ଚାଦରରେ ରାଜଧାନୀ:

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୂରା ସୁରକ୍ଷା ଚାଦରରେ ରାଜଧାନୀ ଭୁବନେଶ୍ବର । ଅତିଥି କିପରି ସୁରକ୍ଷିତ ରହିବେ, ସୁନ୍ଦର ଅନୁଭୂତି ନେଇ ଫେରିବେ ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ପାଇଁ 90 ପ୍ଲାଟୁନ ପୋଲିସ ଫୋର୍ସ, 19 କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ନିୟୋଜିତ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2025, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.