ହାଇଦ୍ରାବାଦ: ଆଜି, ଜାନୁଆରୀ 8 ରେ ସାଉଥ ତାରକା ୟଶ ତାଙ୍କର 39 ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥର ସେ ତାଙ୍କ ଜନ୍ମଦିନରେ କୌଣସି ଗ୍ରାଣ୍ଡ ପାର୍ଟୀ କରିନାହାନ୍ତି ବରଂ ପରିବାର ଏବଂ ସାଙ୍ଗମାନଙ୍କ ସହ ସେଲିବ୍ରେଟ କରିଛନ୍ତି । ୟଶ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଗୋଆରେ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କ ପତ୍ନୀ ରାଧିକା ପଣ୍ଡିତ, ତାଙ୍କ ପିଲା ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହ ଗୋଆ ବିଚରେ ୟଶ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
![YASH BIRTHDAY CELEBRATION](https://etvbharatimages.akamaized.net/etvbharat/prod-images/08-01-2025/23282027_3.jpg)
ଏମିିତି ଜନ୍ମଦିନ ପାଳିଲେ ୟଶ
ଭାଇରାଲ ଫଟୋରେ ୟଶ ଗୋଆର ସୁନ୍ଦର ବେଳାଭୂମିରେ ପରିବାର ଏବଂ ସାଙ୍ଗମାନଙ୍କ ସହ କେକ୍ କାଟୁଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ରାଧିକା ପଣ୍ଡିତ ଏବଂ ପିଲାମାନେ ଆୟରା ଏବଂ ୟର୍ଥବ ତାଙ୍କ ଜନ୍ମଦିନରେ ଖୁସି ଥିବା ଦେଖିବାକୁ ମିଳିଛି । ଯଶଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ଯଶଙ୍କ ଜନ୍ମଦିନର ଫଟୋ ସାମ୍ନାକୁ ଆସିଥିବା ବେଳେ ଫ୍ୟାନ୍ସ ଏହାକୁ ପସନ୍ଦ କରିଛନ୍ତି ଏବଂ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
![YASH BIRTHDAY CELEBRATION](https://etvbharatimages.akamaized.net/etvbharat/prod-images/08-01-2025/23282027_2.jpg)
ଜନ୍ମଦିନ ପାଳନ ନ କରିବାକୁ ଫ୍ୟାନ୍ସଙ୍କୁ କରିଥିଲେ ନିବେଦନ
ତେବେ ଏଥର ୟଶ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରୁନାହାଁନ୍ତି ସେ କିଛି ଦିନ ପୂର୍ବରୁ ଏକ ପୋଷ୍ଟ ସେୟାର କରିଥିଲେ ଏବଂ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଜନ୍ମଦିନରେ କୌଣସି ବଡ ଉତ୍ସବ ପାଳନ ନକରିବାକୁ କହିଥିଲେ । କାରଣ ସେ ସୁଟିଂରେ ବ୍ୟସ୍ତ ରହିବେ ଏବଂ ଜନ୍ମଦିନରେ ସହରରେ ରହିବେ ନାହିଁ । ଏଥିସହ ଫ୍ୟାନ୍ସଙ୍କ ସୁରକ୍ଷିତ ରହିବାକୁ କହିଥିଲେ । ବାସ୍ତବରେ, ଗତଥର ତାଙ୍କ ଜନ୍ମଦିନର ବ୍ୟାନର ଲଗାଇବାବେଳେ ବିଦ୍ୟୁତ ଆଘାତ ଯୋଗୁଁ ତିନି ଜଣ ଫ୍ୟାନ୍ସଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ସେ ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା 2' ସ୍କ୍ରିନିଂରେ ଦଳାଚକଟା ଘଟଣାରେ ମଧ୍ୟ ଜଣେ ଫ୍ୟାନ୍ସଙ୍କ ଦେହାନ୍ତ ହୋଇଥିଲା । ଏପରି ଘଟଣାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ କହିଥିଲେ ୟଶ ।
![YASH BIRTHDAY CELEBRATION](https://etvbharatimages.akamaized.net/etvbharat/prod-images/08-01-2025/23282027_1.jpg)
ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ଫ୍ୟାନ୍ସଙ୍କୁ ୟଶଙ୍କ ଭେଟି, ରିଲିଜ ହେଲା 'ଟକ୍ସିକ' ଟିଜର
'ଟକ୍ସିକ'ରେ ନଜର ଆସିବେ ୟଶ
ୟଶ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ'ରେ ନଜର ଆସିବେ । ଯାହା ଏପ୍ରିଲ 10, 2025ରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଆଜି ଏହାର ଟିଜର ରିଲିଜ ହୋଇଚି । ଯେଉଁଥିରେ ୟଶଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । ତେବେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ପୁରସ୍କାର ବିଜେତା ଜିତୁ ମୋହନଦାସ, ଯିଏ ଲାଏରସ ଡାଏସ୍ ଏବଂ ମୁଥନ୍ ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା । କେଭିଏନ୍ ପ୍ରଡକ୍ସନ୍ ହାଉସ୍ ୟଶଙ୍କ ଫିଲ୍ମ 'ଟକ୍ସିକ୍' ପ୍ରସ୍ତୁତ କରୁଛି । ୟଶଙ୍କ ସହ ଏହା ଜିତୁ ମୋହନଦାସଙ୍କର ପ୍ରଥମ ଚଳଚ୍ଚିତ୍ର । ଫିଲ୍ମର ବାକି ଷ୍ଟାର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ବିବରଣୀ ପ୍ରକାଶ କରାଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ