ହାଇଦ୍ରାବାଦ: ଚଳିତ ବର୍ଷ ଆପଲ୍ ନୂଆ ସୁଲଭ ମୂଲ୍ୟର ମଡେଲ ଲଞ୍ଚ କରିପାରେ । ଏପ୍ରିଲ ସୁଦ୍ଧା iPhone SE 4 ଓ iPad 11 ଲଞ୍ଚ କରିବ ବୋଲି ଜଣାପଡ଼ିଛି । କମ୍ପାନୀ ଏହା ପୂର୍ବରୁ 2022ରେ iPhone SE 3 ଲଞ୍ଚ କରିଥିଲା । ଏବେ ଏହାର ସକ୍ସେସର ଭାବେ ନୂଆ ଡିଭାଇସ ଆଣୁଛି । ଏହାବ୍ୟତୀତ ନିଜର ଟାବଲେଟ୍ iPad 11କୁ ମଧ୍ୟ ଏପ୍ରିଲରେ ଲଞ୍ଚ କରିପାରେ । ଏହି ଉଭୟ ପ୍ରଡକ୍ଟର ନିର୍ମାଣ କାର୍ଯ୍ୟ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସରିବ ଓ ଏପ୍ରିଲରେ ଲଞ୍ଚ ପାଇଁ ଉପଲବ୍ଧ ହୋଇପାରେ ।
ଏ ସମ୍ପର୍କରେ ଆପଲ୍ ସୋର୍ସ ମାର୍କ ଗର୍ମନ X ସାଇଟ୍ରେ ଏକ ପୋଷ୍ଟ କରି କହିଛନ୍ତି ଯେ ଖୁବଶୀଘ୍ର iPad 11 ଓ iPhone SE 4 ଲଞ୍ଚ ହେବାକୁ ଯାଉଛି । ଯଦି ସବୁକିଛି ଠିକ୍ ରହେ ତେବେ ଏହାକୁ ଏପ୍ରିଲରେ ଲଞ୍ଚ କରାଯିବ । ଏହି ଆଇଫୋନ iOS 18.4 ଅପଡେଟ ଆସିବା ପୂର୍ବରୁ ଲଞ୍ଚ କରାଯିବ । ଏଥିରୁ ସ୍ପଷ୍ଟ ଯେ iPad 11 ଓ iPhone SE 4 iOS 18.3 ଅପଡେଟ ସହିତ ଆସିବ ।
The iPhone SE 4 and iPad 11 are expected to be launched in April.
— Apple Tech Way (@Appletechway) January 8, 2025
Source: @9to5mac pic.twitter.com/VwnWvo340r
ଏହି ନାଁରେ ଲଞ୍ଚ ହେବ iPhone SE 4
ପୂର୍ବରୁ ଲିକ୍ ହୋଇଥିବା ତଥ୍ୟକୁ ଦେଖିଲେ iPhone SE 4 ଭାରତରେ iPhone 16e ନାଁରେ ଲଞ୍ଚ ହୋଇପାରେ । ଯଦି ଏପରି ହୁଏ, ତେବେ ଆପଲ୍ ସୁଲଭ ମୂଲ୍ୟର ଏହି ଡିଭାଇସର ନୂଆ ଭାରିଏଣ୍ଟରେ ଅନେକ ଅପଗ୍ରେଡ ଓ ଉନ୍ନତମାନର ଫିଚର ମିଳିପାରେ । ନାମ ପରିବର୍ତ୍ତନ ହେଲେ ଏହି ସ୍ମାର୍ଟଫୋନକୁ ଆପଲ୍ର iPhone 16 ଲାଇନଅପ୍ ସହିତ ଯୋଡ଼ାଯିବ ।
iPhone SE 4ର ସ୍ପେଶିଫିକେସନ (ସମ୍ଭବତଃ)
- ଲିକ୍ ତଥ୍ୟ ଅନୁସାରେ, ଏଥିରେ iPhone 8ରୁ ଇନସ୍ପାଏର୍ଡ ଡିଜାଇନ ମିଳିବ । iPhone 16 ସିରିଜର ଭର୍ସନ ହେବାକୁ ଥିବାରୁ ଏଥିରେ ମଡର୍ଣ୍ଣ ଲୁକ୍ ମିଳିପାରେ ।
- ଏହି ଡିଭାଇସରେ 6.06 ଇଞ୍ଚର OLED ଡିସପ୍ଲେ ମିଳିପାରେ, ଯାହାକି ପୂର୍ବ SE ମଡେଲରେ ମିଳିଥିବା 4.7 ଇଞ୍ଚ LEC ଡିସପ୍ଲେ ତୁଳନାରେ ବଡ଼ ରହିବ ।
- ଏହା ହାଇ-ଏଣ୍ଡ ଆଇଫୋନ ଫିଲ୍ ଦେବ ଓ ଏଥିରେ Face ID ସପୋର୍ଟ ମିଳିପାରେ।
- ଏଥିରେ ପାୱାରଫୁଲ A18 ଚିପସେଟ୍ ମିଳିପାରେ, ଫଳରେ ଏହା iPhone 16 ପରି ପରଫର୍ମାନ୍ସ କ୍ଷମତା ଅଫର କରିବ ।
- ଏଥିରେ RAM ଅଧିକ ହେବା ସହ ଲାଟେଷ୍ଟ ଆପଲ୍ ଇଣ୍ଟିଲିଜେନ୍ସ (AI) ଫିଚର ମିଳିପାରେ ।
- iPhone 16 ପରି ଏଥିରେ କ୍ୟାମେରା ମିଳିପାରେ ।
The iPhone SE 4 and iPad 11 could reportedly launch as early as this month ‼️
— Apple Hub (@theapplehub) January 7, 2025
Source: anonymous pic.twitter.com/SPqexHxJFy
iPad 11ରେ କଣ ରହିବ ନୂଆ ?
ଆପଲ୍ ପରବର୍ତ୍ତୀ ଆଇପ୍ୟାଡ୍ରେ ସେପରି କୌଣସି ବଡ଼ ପରିବର୍ତ୍ତନ ହୋଇନପାରେ । ଡିଜାଇନ ପ୍ରାୟତଃ ସମାନ ରହିବ ବୋଲି ଆଶା କରାଯାଏ, କିନ୍ତୁ ମୁଖ୍ୟ ଅପଡେଟଗୁଡିକ ଆସିପାରେ । ଆଇପ୍ୟାଡ୍ 11ରେ ଏକ ଦ୍ରୁତ ଚିପ୍ ରହିବ ବୋଲି ଆଶା କରାଯାଏ, ଯାହା ସମ୍ଭବତଃ A17 ପ୍ରୋ ହୋଇପାରେ, ଯାହା ଦ୍ବାରା ଏହା ଆପଲ୍ ଇଣ୍ଟେଲିଜେନ୍ସ ସହ ଏହା କାମ କରିବ । A17 Pro ହେଉଛି ଏକ ଏଣ୍ଟ୍ରି-ଲେଭଲ୍ ଚିପ୍ ଯେଉଁଥିରେ ଆପଲ୍ ଇଣ୍ଟେଲିଜେନ୍ସ ସପୋର୍ଟ ମିଳେ । ଏହି ଚିପ୍ 2024 ମଡେଲ iPad Mini ସହ iPhone 15 Pro ଏବଂ iPhone 15 Pro Maxରେ ରହିଛି । ଆଗାମୀ ଆଇପ୍ୟାଡରେ ଆପଲ୍ ଇଣ୍ଟିଲେଜେନ୍ସ ଅର୍ଥ ଅତି କମରେ ଏହା 8GB RAM ସହିତ ଆସିବ ।
ଦାମ କେତେ ରହିପାରେ ?
iPhone SE 4: ଆଇଫୋନ SE 4ର ଦାମ ସମ୍ପର୍କରେ କୋରିଆ ଆଉଟଲେଟ୍ Naver ତଥ୍ୟ ଅନୁସାରେ, ଏହା ଆମେରିକାରେ $500 (ପ୍ରାୟ Rs. 42,700)ରୁ କମ୍ ରହିପାରେ । ଯଦି ଦକ୍ଷିଣ କୋରିଆ କଥା କହିବା ସେଠାରେ ଏହି ଆଇଫୋନଟି KRW 8,00,000 (ପାଖାପାଖି Rs. 46,000)ରେ ଉପଲବ୍ଧ ହୋଇପାରେ । ଭାରତରେ ଦାମ କେତେ ରହିବ ସେ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ ।
iPad 11: ଏକାଦଶ ପିଢିର ଆଇପ୍ୟାଡ ପାଇଁ ମୂଲ୍ୟ କେତେ ରହିବ ତାହା ଜଣାପଡ଼ିନାହିଁ । ହୁଏତ ଆପଲ୍ ଏହାର ଦାମ $349 (ପାଖାପାଖି Rs. 29,970)ରୁ $449 (ପାଖାପାଖି Rs. 38,558) ମଧ୍ୟରେ ରଖିପାରେ ।