ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ - 18TH PRAVASI BHARATIYA DIVAS

🎬 Watch Now: Feature Video

thumbnail

By ETV Bharat Odisha Team

Published : 19 hours ago

ପୁରୀ: ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ।

ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ

୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଥିବା ବେଳେ ପ୍ରବାସୀମାନେ ପୁରୀ, କଟକ, କେନ୍ଦ୍ରାପଡା ଆଦି ଜିଲ୍ଲା ଗୁଡିକୁ ବୁଲିବାର କାର୍ଯ୍ୟକ୍ରମ ରହିଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ପୁରୀ ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା ଚିତ୍ର ନିର୍ମାଣ କରାଯାଇଛି । ୬ଫୁଟ ଉଚ୍ଚତା, ୨୦ଫୁଟ ଓସାର ବିଶିଷ୍ଟ ଏହି କଳାରେ ୧୦ଟନ ବାଲି ଉପଯୋଗ କରାଯାଇଛି । 

ଏହାମଧ୍ୟ ପଢନ୍ତୁ...

ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ବାଲୁକା କଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ

ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ

ସଂଗ୍ରହାଳୟରେ ୯ ନୂଆ ଗ୍ୟାଲେରୀ, ପିଠା-ମିଠାର ମଜା ନେବେ ପ୍ରବାସୀ

କେନ୍ଦ୍ରାପଡାର ଏକାଧିକ ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ: ବିଜେପି


ଏହି ବାଲୁକା କଳାରେ ରାଜ୍ୟର କଳା ସଂସ୍କୃତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଚିତ୍ର ରହିଛି । ଏହାକୁ ତିଆରି କରିବାକୁ ୭ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଏହି କଳାରେ ସେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତର ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.