ହାଇଦ୍ରାବାଦ: Jaguar Land Rover India ଭାରତୀୟ ବଜାରରେ ନିଜର ଲୋକପ୍ରିୟ Land Rover Defender ଏସୟୁଭିର ଅପଡେଟେଡ୍ ମଡେଲ ଲଞ୍ଚ କରିଛି । ଏହି ନୂଆ ମଡେଲରେ କମ୍ପାନୀ 5.0 ଲିଟରର V8 ଇଞ୍ଜିନକୁ ପୁଣି ଥରେ ଆଣି ସବୁଠୁ ବଡ଼ ପରିବର୍ତ୍ତନ କରିଛି । ଏହାକୁ 2024ରେ କିଛି ସମୟ ଲାଗି ବିକ୍ରିରୁ ହଟାଇ ଦିଆଯାଇଥିଲା । ଏହି ଅପଡେଟେଡ୍ ଭର୍ସନର ଦାମ ଓ ଫିଚର କଣ ମିଳିବ ଜାଣିବା ।
ଲ୍ୟାଣ୍ଡ ରୋଭର ଡିଫେଣ୍ଡର କିଛି ସମୟ ମଧ୍ୟରେ ଭାରତୀୟ ବଜାରରେ ଲୋକପ୍ରିୟ SUVରେ ପରିଣତ ହୋଇଛି । ଏହି SUV ତିନୋଟି ବଡି ଷ୍ଟାଇଲ (90, 110, 130), ଏକାଧିକ ଇଞ୍ଜିନ ଅପସନ ଏବଂ ଭାରିଏଣ୍ଟ ସହିତ ଆସିଥାଏ । ଏବେ ଲ୍ୟାଣ୍ଡ ରୋଭର କମ୍ପାନୀ Defenderକୁ ଅପଡେଟ କରାଇଛି । ଏଥିରେ ଅନେକ ନୂଆ ଫିଚରକୁ ଯୋଗ କରାଯାଇଥିବା ବେଳେ V8 ଇଞ୍ଜିନକୁ ବି କିଛି ଭାରିଏଣ୍ଟରେ ପ୍ରଦାନ କରିଛି ।
Land Rover Defender: କଣ ହୋଇଛି ପରିବର୍ତ୍ତନ ?
- 2025 ଅପଡେଟେଡ୍ ଡିଫେଣ୍ଡର ସମ୍ପର୍କରେ କହିଲେ, କମ୍ପାନୀ ଏଥିରେ ଯେଉଁ ସବୁଠୁ ବଡ଼ ପରିବର୍ତ୍ତନ କରିଛି ତାହା ହେଉଛି ଏହାର ସବୁଠୁ ଅଧିକ ସ୍ପେସିଅସ୍ କାର Defender 130ର ଦ୍ବିତୀୟ ଧାଡ଼ିରେ ଏକ କ୍ୟାପ୍ଟେନ ଚେୟାର ପ୍ରଦାନ କରାଯାଇଛି । ଫଳରେ ଏହି କାର ଏବେ 7-ଆସନ ବିଶିଷ୍ଟ କାର ହୋଇପାରିଛି । କିଛି ମାସ ପୂର୍ବେ ଏହି କ୍ୟାପ୍ଟେନ ସିଟ୍ Defender 110ରେ ପ୍ରଦାନ କରାଯାଇଥିଲା, କିନ୍ତୁ Defender 130ରେ ଦିଆଯାଇନଥିଲା ।
- ଅନ୍ୟ ପ୍ରମୁଖ ପରିବର୍ତ୍ତନ ହେଉଛି, V8 ଇଞ୍ଜିନକୁ ଅନ୍ୟ ଭାରିଏଣ୍ଟରେ ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ 5.0 ଲିଟର V8 ଇଞ୍ଜିନର ବିକ୍ରି ପୁଣି ଥରେ ଆରମ୍ଭ ହୋଇଛି । 2024ରେ କିଛି ସମୟ ପାଇଁ ଏହାକୁ ସେଲ୍ରୁ ହଟାଇଥିଲା କମ୍ପାନୀ । ଏହି SUVର 5.0 ଲିଟର V8 ଇଞ୍ଜିନ ଏବେ 419 bhp ପାୱାର ଓ 550nm ଟର୍କ ପ୍ରଦାନ କରୁଛି ।
- ଏହି SUVରେ ପୂର୍ବରୁ ମିଳୁଥିବା V8 ଇଞ୍ଜିନ ତୁଳନାରେ ଏହି ନୂତନ ଇଞ୍ଜିନରେ 98 ବିଏଚପି କମ ପାୱାର ମିଳୁଛି, ଯାହା ପୂର୍ବରୁ 517 ବିଏଚପି ପାୱାର ଯୋଗାଉଥିଲା । ଏହା ବ୍ୟତୀତ ଏହି SUVକୁ 3.0-ଲିଟର ଡିଜେଲ ଇଞ୍ଜିନ ମଧ୍ୟ ପ୍ରଦାନ କରାଯାଇଛି, ଯାହାକି 251 ବିଏଚପି ଏବଂ 2.0 ଲିଟର ପେଟ୍ରୋଲ ଇଞ୍ଜିନ ମିଳିପାରେ, ଯାହାକି 296 ବିଏଚପି ଶକ୍ତି ଯୋଗାଇବ ।
ଡିଜାଇନ କିପରି ରହିବ ?
- ଏହାର ଡିଜାଇନ ବିଷୟରେ କହିବାକୁ ଗଲେ, ନୂତନ 2025 ଡିଫେଣ୍ଡର ଦେଖିବାକୁ ଏହାର ଆଉଟଗୋଇଙ୍ଗ ମଡେଲ ପରି ସମାନ । ଏହାର କ୍ୟାବିନ 14-ପାୱାର ଆଡଜଷ୍ଟମେଣ୍ଟ ସହିତ ହିଟେଡ୍ ଓ କୁଲ୍ଡ୍ ୱିଣ୍ଡସର ଚମଡା ସିଟ୍ ମିଳିବ । ଏଥିରେ ଏକ ଫ୍ରି-ଷ୍ଟାଣ୍ଡିଂ 11.4-ଇଞ୍ଚ ପିଭି ପ୍ରୋ ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ବ୍ୟବହୃତ ହୋଇଛି ।
- ଅନ୍ୟାନ୍ୟ ଫିଚର ବିଷୟରେ କହିବାକୁ ଗଲେ, ଏଥିରେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, ଆମ୍ବିଏଣ୍ଟ ଲାଇଟିଂ, ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍ ଏବଂ ସ୍ଲାଇଡିଂ ପାନୋରାମିକ୍ ରୁଫ୍ ରହିଛି । MY25 Defenderର ଦ୍ବିତୀୟ ଧାଡ଼ିରେ କ୍ୟାପ୍ଟେନ ସିଟ୍ ପ୍ରଦାନ କରାଯିବ ।
ଦାମ କେତେ ରହିବ ?
କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ V8-ଇଞ୍ଜିନ ପାୱାର୍ଡ Land Rover Defender 90ର ଦାମ 1.39 କୋଟି ଟଙ୍କା (ଏକ୍ସ-ଶୋ'ରୁମ) ରଖାଯାଇଛି । ଏହି SUVର ଅନ୍ୟ ଭାରିଏଣ୍ଟର ଦାମ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇନାହିଁ ।