କୋରାପୁଟରେ ଏକାଠି ହେଲେ ମେଘ-କୁୁହୁଡ଼ି, ପୁଣି ଫେରିବାକୁ ଦେଇଗଲେ ପ୍ରତିଶୃତି - କୋରାପୁଟରେ ମେଘ କୁହୁଡ଼ି ଦୃଶ୍ୟ
🎬 Watch Now: Feature Video
କୋରାପୁଟ: ଶୀତୁଆ ସକାଳର ମେଘ ଓ କୁହୁଡ଼ିର ଖେଳ ସହିତ ଲୋକଙ୍କୁ ସ୍ୱାଗତ କରିଛି କୋରାପୁଟର ପ୍ରକୃତି । ସତେ ଯେମିତି ସବୁଜ ବନାନୀ ଘେରା ପାହାଡ଼ ମଥାକୁ ଚୁମ୍ବନ କରୁଛି ଅଭିବହନ କୁହୁଡ଼ି । ମେଘ ତାର କୋମଳ ସ୍ପର୍ଶରେ ଗଛଲତା, କୀଟ ପତଙ୍ଗ ସମେତ ପ୍ରତିଟି ଜଡ଼ରେ ଜାଡ଼ ଦେଇ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ବଢ଼ିବା ପାଇଁ ଅନୁପ୍ରାଣିତ କରିଛି । ଜଳବାୟୁ ପରିବର୍ତ୍ତନର ଚାପରେ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେ ସୁଦ୍ଧା ଆଜି କୋରାପୁଟ ସହର ଉପରକୁ ମେଘ ଓ କୁହୁଡି ଉଭୟ ଓହ୍ଲାଇ ଆସିଥିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାହାରେ ଚଲାବୁଲା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତେଜ ସକାଳ ନେଇ ଆସିଥିବା କୁହୁଡ଼ି ଓ ମେଘର ଶୀତଳ ସ୍ପର୍ଶ ଦେଇ ଉଲ୍ଲସିତ କରିଛି । ମେଘ ଓ କୁୁହୁଡ଼ି ମିଶି ଆସି ସତେ ଯେମିତି ଆଜି ଦେଇ ଯାଇଛନ୍ତି ଅନେକ ପ୍ରତିଶ୍ରୁତି । କହିଛନ୍ତି ମୁଁ ଫେରିବି, ପୁଣି ଫେରିବି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିିଭି ଭାରତ
Last Updated : Dec 6, 2021, 10:12 AM IST